ଭୁବନେଶ୍ୱର: ଅଚଳ ହୋଇ ପଡ଼ିଛି ପରିବହନ ବିଭାଗର ୧୦୯ ବସ । ବିଗତ ୧୦ ବର୍ଷ ଭିତରେ ୫୪୦ ଟି ବସ କିଣି ଥିଲା ପରିବହନ ବିଭାଗ । ସେଥି ମଧ୍ୟରୁ ୧୦୯ ଟି ବସ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇ ପଡିଛି । ସେଥିପାଇଁ କୌଣସି ବିଭାଗୀୟ ଅଧିକାରୀ ଦାୟୀ ନୁହଁନ୍ତି ବୋଲି ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ପରିବହନ ବିଭାଗ । ଆଶ୍ଚର୍ଯ୍ୟର କଥା ହେଲା କିଛି ବସ କେବଳ ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା ମରାମତି ପାଇଁ ବର୍ଷ ବର୍ଷ ଧରି ପଡ଼ି ରହିଛି ।