ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା ଖାତାଦେଖା

0

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ବେଶ୍ ଚର୍ଚ୍ଚାରେ ରହିଥିଲା । କଡ଼ା ସୁରକ୍ଷା ବ୍ୟବସ୍ଥା ସ୍ୱତ୍ତେ ପ୍ରଶ୍ନପତ୍ର ସୋସିଆଲ ମିଡ଼ିଆରେ ଘୁରି ବୁଲିଥିଲା । ଫଲରେ ପରୀକ୍ଷାର୍ଥୀ ବେଶ୍ ଚିନ୍ତାରେ ରହିଥିଲେ । ସେ ଯାହା ହେଉଁ ଆଜିଠାରୁ ଆରମ୍ଭ ହେବା ମାଟ୍ରିକ ଖାତାଦେଖା। ଏଥିପାଇଁ ରାଜ୍ୟରେ ମୋଟ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ୧୬ହଜାର ୨୦୬ଜଣ ପରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଖାତା ମୂଲ୍ୟାୟନ କେନ୍ଦ୍ର ମଧ୍ୟକୁ ପରୀକ୍ଷକମାନେ ମୋବାଇଲ୍ ନନେବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ୟ୍ୟ ନ୍ତ ଚାଲିବ ଖାତାଦେଖା। ଏପ୍ରିଲ ୫ ସୁଦ୍ଧା ଖାତା ଦେଖା ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ୍ କରାଯାଇଛି। ଖାତାଦେଖା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଚଳିତ ବର୍ଷ ୬ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ହେଲେ ଏବେବି ଅନିଶ୍ଚିତତା ଭିତରେ ୪ଟି ସେଣ୍ଟରର ୮୭୩ ପରୀକ୍ଷାର୍ଥୀଙ୍କ ଭାଗ୍ୟ।