ଅକ୍ଟୋବର ୪ ତାରିଖରୁ ଦଶମ ଷାଣ୍ମାସିକ ପରୀକ୍ଷା

0

ଓଡିଶା: ଅକ୍ଟୋବର ୪ ତାରିଖରୁ ଦଶମ ଷାଣ୍ମାସିକ ପରୀକ୍ଷା ହେବ । ଏନେଇ ଷାଣ୍ମାସିକ ପରୀକ୍ଷା ସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ପିଲାମାନେ ଦିନ ୧୦ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ସାଢେ ୧ଟାରୁ ୪ଟା ପର୍ଯ୍ୟନ୍ତ ଦିତୀୟ ସିଟିଂ ପରୀକ୍ଷା ହେବ । ୪ ତାରିଖ ପ୍ରଥମ ସିଟିଂରେ ଓଡିଆ ଓ ଦ୍ୱିତୀୟ ସିଟିଂରେ ଇଂରାଜୀ ପରୀକ୍ଷା କରାଯିବ । ୫ ତାରିଖରେ ଗଣିତ ଓ ୬ ତାରିଖରେ ବିଜ୍ଞାନ, ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବ । ଏବଂ ୭ ତାରିଖ ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା ସିନ୍ଦୀ / ସଂସ୍କୃତ ପରୀକ୍ଷା କରାଯିବ ।