ଗଜପତି / ତ୍ରିପତି ବିଷୋୟୀରତ୍ନ : ସକାଳେ ୧୧କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଆହତ ହୋଇଛନ୍ତି । ଘଟଣାଟି ଘଟିଛି ଗଜପତି ଜିଲ୍ଲା ରା- ଉଦୟଗିରି ବ୍ଲକ ରାଣ୍ଡିବା ପଂଚାୟତ ଡମ୍ବା ଗାଁ ରେ । ଆହତ ଯୁବକ ହେଉଛନ୍ତି ସେଇ ଗ୍ରାମର ସ୍ୱର୍ଗତ ଲିଙ୍ଗରାଜ ନାୟକଙ୍କ ୨୩ ବର୍ଷୀୟ ପୁତ୍ର କିଶୋର ନାୟକ ବୋଲି ଜଣାପଡିଛି । ସେ ନିଜ ନୂତନ ନିର୍ମିତ ଘରେ ପାଣି ପକାଉଥିବା ବେଳେ ଗାଁ କୁ ଆସିଥିବା ୧୧ କେଭି ର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆହତ ହୋଇପଡ଼ିଥିଲେ । ଏବଂ ପରିବାର ଲୋକ କିଶୋରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖି ତୁରନ୍ତ ରାମଗିରି ମେଡିକାଲ କୁ ନେଇଥିଲେ ତେବେ କିଶୋରଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଡାକ୍ତର ତାଙ୍କୁ ୧୦୮ ଆମ୍ବୁଲାନ୍ସ ରେ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ପଠେଇଛନ୍ତି ।