ଅନୁଗୋଳ : ଅନୁଗୋଳ ନିଶା ଥାନା ପୋଲିସ୍ କୁ ବଡ ସଫଳତା । ୧୧ଟି ଚୋରୀ ବାଇକ ସହ ୮ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗତ କିଛିଦିନ ହେବ ନିଶା ଶିଳ୍ପାଞ୍ଚଳରୁ ଅନେକ ବାଇକ ଚୋରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ମଧ୍ୟ ଘଟଣାର ତଦନ୍ତ କରୁଥିଲା।
ବାଇକ୍ ଚୋରି ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ପୁଲିସ। ଏଭଳି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରୁ। ଏଥିରେ ପୁଲିସ ୧୧ଟି ଚୋରି ବାଇକ୍ ଉଦ୍ଧାର କରିବା ସହ ଚୋରି ଘଟଣାରେ ସଂପୃକ୍ତ ଥିବା ୩ଜଣଙ୍କ ସହ ଚୋରି ବାଇକ୍ କିଣିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।