୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ସାପ କାମୁଡାରୁ ପ୍ରାଣ ହରାଇଛନ୍ତି…

0

ବଢୁଛି ସାପ କାମୁଡା ମୃତ୍ୟୁ । ୨୦୨୩-୨୪ ଆର୍ଥିକ ବର୍ଷରେ ୧୧୫୦ ଜଣ ସାପ କାମୁଡାରୁ ପ୍ରାଣ ହରାଇଛନ୍ତି ଏଥିରେ ୧୦୨୨ ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି । ସେହିପରି ୨୦୨୪-୨୫ ରେ ୭୦୯ ଜଣଙ୍କ ସାପ କାମୁଡ଼ାରେ ଜୀବନ ଯାଇଛି ୪୩୫ ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ୨୦୨୩-୨୪ ରେ ବାଲେଶ୍ୱରରେ ସର୍ବାଧିକ ସାପ କାମୁଡ଼ା ମୃତ୍ୟୁ ହୋଇଛି ତା ପଛକୁ କଟକ ଓ ଗଞ୍ଜାମ ରହିଛନ୍ତି । ୨୦୨୪-୨୫ ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମରିଛନ୍ତି । ତା ପଛକୁ ରହିଛି ଗଞ୍ଜାମ ଓ କେନ୍ଦୁଝର । ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ରାଜସ୍ୱ ଓ ବିପର‌୍ୟ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ।