(ମମତା ସାମଲ)ରିପୋର୍ଟସଟୁଡେ: ପ୍ରାୟ ସମସ୍ତେ ରାତିରେ ଲାଇଟ ବନ୍ଦ କରି ଶୋଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ବହୁତ ଅଳ୍ପ ଲୋକ ଥାଆନ୍ତି ଯେଉଁମାନେ ରାତିରେ ଲାଇଟ୍ ଜଳାଇ ଶୋଇବାକୁ ଭଲ ପାଆନ୍ତି । କାରଣ ରାତିରେ ଲାଇଟ ଜଳାଇ ଶୋଇବା ଶରୀର ପ୍ରତି କ୍ଷତିକାରକ । ଆସନ୍ତୁ ଜାଣିବା ଏପରି ଶୋଇବା ଦ୍ୱାରା କି ସମସ୍ୟା ହୋଇଥାଏ ।
ସୁସ୍ଥ ଜୀବନ ପାଇଁ ଦିନକୁ ୬ରୁ ୭ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଖାସ କରି ରାତିରେ ଶାନ୍ତିରେ ଶୋଇବା ଜରୁରୀ । ଦିନସାରା କାମ କରି ରାତିରେ ଶୋଇବା ଯୋଗୁଁ ଶରୀରକୁ କାମର ବୋଝରୁ ମୁକ୍ତି ମିଳିଥାଏ । ରାତିରେ ଆମ ଶରୀର ଲାଇଟ ଆବଶ୍ୟକ କରିନଥାଏ । ଯଦି ଶୋଇବା ବେଳେ ଲାଇଟ୍ ଜଳାଇ ରଖନ୍ତି ଏହାର ସିଧା ପ୍ରଭାବ ଆମ ମସ୍ତିଷ୍କ ଓ ଆଖି ଉପରେ ପଡିଥାଏ । ଯଦି ରାତିରେ କମ୍ପ୍ୟୁଟରରେ କାମ କରୁଥିବେ କିମ୍ବା ସ୍ୱଳ୍ପ ଆଲୁଅରେ ପାଠ ପଢୁଥିବେ ତେବେ ଆପଣ ଚାପଗ୍ରସ୍ତ ହୋଇପାରନ୍ତି । ଫଳରେ ମୁଣ୍ଡବ୍ୟଥା ଓ ଆଖିରେ ଜଳାପଡା ସମସ୍ୟା ଦେଖା ଦେଇପାରେ ।
ଘର ଭିତରେ ଆଲୁଅ ଆଖି ଉପରେ ପ୍ରଭାବ ପକାଇଥାଏ। ନିଦ ଠିକ୍ ରେ ହୋଇ ନଥାଏ। ବାରମ୍ୱାର ନିଦ ଭାଙ୍ଗି ଯାଇଥାଏ । ଏହାର ସିଧା ପ୍ରଭାବ ନିଦ ପରେ ପଡ଼ିଥାଏ । ଫଳରେ ନିଦ୍ରାହିନତା ପରି ସମସ୍ୟା ସୃଷ୍ଟି ହେବା ସହ ଦୁର୍ବଳତା ଅନୁଭବ ହୋଇଥାଏ । ଏହାସହ ମସ୍ତିଷ୍କ ଉପରେ ଚାପ ପଡିଥାଏ । ଯାହା ହୃଦଘାତ ଓ ରକ୍ତଚାପ ବୃଦ୍ଧି ପରି ସମସ୍ୟା ସୃଷ୍ଟି କରିଥାଏ ।