୮ଦଫା ଦାବିରେ ଭୁବନ ୧୨ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେପି ଯୁବ ମୂର୍ଚ୍ଛା

0

( ସର୍ବେଶ୍ୱର ପାତ୍ର ) : ଭୁବନକୁ ସବଡିଭିଜନ ଘୋଷଣା, ଭୁବନରେ ସ୍ଥାୟୀ ଷ୍ଟାଡିୟମ ପ୍ରତିଷ୍ଠା, ଭୁବନ ଘଇଉର ସମସ୍ତ ରାସ୍ତାର ମରାମତି ଓ ପ୍ରଶସ୍ତି କରଣ, ଅନନ୍ତପୁର ଛକ ଠାରୁ ବାଟ ତାରିଣୀ ଛକ ପର୍ୟ୍ୟନ୍ତ ରାସ୍ତାକୁ କଂକ୍ରିଟ କରିବା ଆଦି ୮ ଦଫା ଦାବି ନେଇ ବିଜେପି ଯୁବ ମୋର୍ଚ୍ଚା ଭୁବନ ନଗର ମଣ୍ଡଳ ତରଫରୁ ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି । ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ ସକାଳ ୬ ଟାରୁ କାଳିବଜାର ଛକଠାରେ ହାତରେ ଦଳିୟ ପତକା ଧରି ନାରାବାଜି କରିବା ସହ ୫୩ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଫଳରେ ଜାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।ଏହା ସହ ଏହି ବନ୍ଦରେ ଦୋକାନ ବଜାର, ଶିକ୍ଷାନୁଷ୍ଟାନ ବନ୍ଦ ରହିଛି। ଯାହାକୁ ଭୁବନ ବାସୀଙ୍କର ମଧ୍ୟ ସମର୍ଥନ ରହିଛି ।