ପାଟଣାଗଡ଼/ ଜଗନ୍ନାଥ ଧରୁଆ: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ୨ଟି ସହର ଟିଟିଲାଗଡ ଓ କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ପାଇବା ପାଇଁ ଦିନକୁ ଦିନ ବନ୍ଦ ଡାକରା ବଢ଼ିବାରେ ଲାଗିଛି । କିଛି ମାସ ମଧ୍ୟରେ କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ପକ୍ଷରୁ ଦୁଇ ଦିନ କଣ୍ଟାବାଞ୍ଜି କୁ ୧୨ ଘଣ୍ଟିଆ ବନ୍ଦ ଓ ଟିଟିଲାଗଡ଼ ଜିଲ୍ଲା କ୍ରିୟନୁଷ୍ଠାନ ପକ୍ଷରୁ ଟିଟିଲାଗଡ଼ କୁ ଗୋଟିଏ ଦିନ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦେଇଥିଲା । ହେଲେ ପୁଣି ଆଜି କଣ୍ଟାବାଞ୍ଜି ଜିଲ୍ଲା ସଘର୍ଷ ପକ୍ଷରୁ କଣ୍ଟାବାଞ୍ଜି ସହର ତଥା ତୁରେକେଲା,ବଙ୍ଗୋମୁଣ୍ଡାକୁ ମଧ୍ୟ ସକାଳ ୬ଟା ସମୟରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ବନ୍ଦ ଡାକରା ଦିଆ ଯାଇଛି । ଯାହା କି ଗୋଟିଏ ବର୍ଷରେ ଆଜି ଦିନକୁ ମିଶି ତିନି ଦିନ ହେଲାଣି କଣ୍ଟାବାଞ୍ଜି ଜିଲ୍ଲା ମାନ୍ୟତା ଦାବିକୁ ନେଇ ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ୍ ଡ଼ାକରା ଦେଇଛି । ଏହି ବନ୍ଦ ଡାକରାରେ ଅତି ଜରୁରୀକାଲିନ ସେବାକୁ ବାଦ୍ ଦିଆଗଲେ ଦୋକାନ ବଜାର ସରକାରୀ ବେସରକାରୀ ସ୍କୁ୍ଲ କଲେଜ ଅଫିସ ବନ୍ଦ ରହିବା ସହିତ ଗାଡି ମଟର ମଧ୍ୟ ବନ୍ଦ ରହିଛି ।