ଦିଗପହଣ୍ଡିରେ ଭୟଙ୍କର ବସ ଦୁର୍ଘଟଣା ନେଲା ୧୨ ଜୀବନ

0

ଗଞ୍ଜାମ: ସଡକ ଦୁର୍ଘଟଣା ନେଲା ୧୨ଜଣ ଜୀବନ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଆହୁରି ୬ଜଣଙ୍କୁ କେସିଜି କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ଜଣ ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ: ପାଟପୁର ଥାନା ଖଣ୍ଡ ଦେଉଳି ଗାଁ ର ଏକ ପରିବାର ର ଝିଅ ବାହାଘର ପରେ ବ୍ରହ୍ମପୁର ରେ ଝିଅ ଛାଡିବା ପାଇଁ ଏକ ମିନି ବସ ରେ ଯାଇ ଫେରୁଥିଲେ । ଝିଅ ଛାଡି ରାତିରେ ଖଣ୍ଡ ଦେଉଳି ଫେରୁଥିବା ବେଳେ ସାଢେ ବାର ଟା ବେଳେ ରାୟଗଡା ଜିଲ୍ଲା ଗୁଡାରି ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା OSRTC ବସ ଟି ମିନି ବସ  ସହ ମୁହାଁମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣା ଖବର ପାଇ ୧୦୮ ଆମ୍ବୁଲାନ୍ସ ଓ ଦିଗପହଣ୍ଡି, ସାନ ଖେମୁଣ୍ଡି ଦମକଳ ବାହିନୀ ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ । ଭୟଙ୍କର ଦୁର୍ଘଟଣା ରେ ମିନି ବସ ଟି ରାସ୍ତା ଉପରେ ବହୁ ଦୁରକୁ ଛିଟିକି ପଡିଥିଲା-ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛନ୍ତି । ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ଏସପି, ବ୍ରହ୍ମପୁର ଉପ ଜିଲ୍ଲାପାଳ ଏମକେସିଜି ମେଡିକାଲରେ ପହଞ୍ଚି ଆହତ ମାନଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଦୁର୍ଘଟଣାରେ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ଅବସ୍ଥାରେ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆହତଙ୍କ ଅବସ୍ଥା ସ୍ଥିର ରହିଛି । ଆହତ ଯାତ୍ରୀ ମାନେ କିଭଳି ସମସ୍ତ ପ୍ରକାରର ସୁବିଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି। ମୃତ୍ୟୁ ବରଣ କରିଥିବା ସମସ୍ତ ଯାତ୍ରୀଙ୍କ ତୁରନ୍ତ ମୃତଦେହକୁ ବ୍ୟବଚ୍ଛେଦ କରାଯିବ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।