ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସମୃଦ୍ଧ ଲାଗି ୧୨ଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି ବିଧାନସଭାରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧ଟି ଇସ୍ପାତ କାରଖାନ ଥିବାବେଳେ ଆଗକୁ ଆହୁରି ୧୨ଟି ନୂଆ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି ଇସ୍ପାତ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ଧ୍ରୁବଚରଣ ସାହୁ ରାଜ୍ୟରେ କେତେ ଇସ୍ପାତ କାରଖାନା ରହିଛି ଓ ଆଗକୁ କେତେଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ସେନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପ୍ରଶ୍ନ କରିଥିଲେ। ରାଜ୍ୟରେ ଆଗକୁ ଆହୁରି ୧୨ଟି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ। ଏଥିରେ ସୁନ୍ଦରଗଡର ସର୍ବାଧିକ ୩ଟି ଇସ୍ପାତ କାରଖାନା ରହିଥିବାବେଳେ ଯାଜପୁରରେ ୨ଟି କାରଖାନା ରହିଛି। ସେହିପରି ଅନୁଗୁଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେଉଁଝର, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ ବୋଲି ପ୍ରସ୍ତାବ ରହିଛି। ବର୍ତ୍ତମାନ ରାଜ୍ୟରେ ରହିଥିବା ୫୧ ଟି ଇସ୍ପାତ କାରଖାନା ମଧ୍ୟରୁ ବାର୍ଷିକ ୩୩.୧୨ ମିଲିୟନ ଟନ ଇସ୍ପାତ ଉତ୍ପାଦନ ହେଉଥିବା ଜଣାପଡିଛି।