୧୨ ବର୍ଷୀୟ ଅଭିମନ୍ୟୁ ମିଶ୍ର ଦୁନିଆର ହେଲେ ସବୁଠୁ ଚେସର କନିଷ୍ଠ ଗ୍ରାଣ୍ଡମାଷ୍ଟର
ଭାରତୀୟ ମୂଳ ୧୨ ବର୍ଷୀୟ ଆମେରିକୀୟ ଚେସ ଖେଳାଳି ଅଭିମନ୍ୟୁ ମିଶ୍ର ଦୁନିଆର ସବୁଠୁ କନିଷ୍ଠ ଗ୍ରାଣ୍ଡମାଷ୍ଟର ହୋଇପାରିଛନ୍ତି।
(ଦିଲ୍ଲୀ) : ଭାରତୀୟ ମୂଳ ୧୨ ବର୍ଷୀୟ ଆମେରିକୀୟ ଚେସ ଖେଳାଳି ଅଭିମନ୍ୟୁ ମିଶ୍ର ଦୁନିଆର ସବୁଠୁ କନିଷ୍ଠ ଗ୍ରାଣ୍ଡମାଷ୍ଟର ହୋଇପାରିଛନ୍ତି। ବୁଧବାର ଦିନ ବୁଦ୍ଧାପେଷ୍ଟରେ ଭାରତର ଗ୍ରାଣ୍ଡମାଷ୍ଟର ଲିଓନଙ୍କୁ ପରାସ୍ତ କରି ଅଭିମନ୍ୟୁ ଏହି ସଫଳତା ହାସଲ କରିଛନ୍ତି। ସେ ଲିୟନଙ୍କୁ ପରାସ୍ତ କରି ୨୬୦୦ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ଏହାପୂର୍ବରୁ ନଭେମ୍ବର ୨୦୧୯ ରେ ଅଭିମନ୍ୟୁ (୧୦ ବର୍ଷ, ୯ ମାସ, ୩ ଦିନ) ଦୁନିଆର ସର୍ବକନିଷ୍ଠ ଅନ୍ତର୍ଜାତୀୟ ମାଷ୍ଟର ହୋଇଥିଲେ । ତା’ପରେ ସେ ଭାରତର ଆର ପ୍ରଗାନନ୍ଦ (୧୦ ବର୍ଷ, ୯ମାସ, ୨୦ଦିନ) ର ରେକର୍ଡ ଭାଙ୍ଗିଲେ ।
ସୂଚନାନୁଯାୟୀ , ଅଭିମନ୍ୟୁ କହିଛନ୍ତି ଯେ, ଲିୟନ ବିପକ୍ଷ ମ୍ୟାଚ୍ କଷ୍ଟକର ଥିଲା କିନ୍ତୁ ତାଙ୍କ ତରଫରୁ ଗୋଟିଏ ଭୁଲ ଯୋଗୁଁ ମୁଁ ଜିତିପାରିଥିଲି। କୋଭିଡ-୧୯ ମହାମାରୀ ଯୋଗୁଁ ଅଭିମନ୍ୟୁ ଗତ କିଛି ମାସ ଧରି କୌଣସି ଇଭେଣ୍ଟ ଖେଳି ନଥିଲେ। ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରିବା ସହିତ ଅଭିମନ୍ୟୁ କିଛି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଆରମ୍ଭ କରିଛନ୍ତି ଏବଂ ଚଳିତ ବର୍ଷ ମାର୍ଚ୍ଚରେ ତାଙ୍କର ଇଏଲ୍ଓ ରେଟିଂ ୨୪୦୦ ଅତିକ୍ରମ କରିଥିଲା। ତାଙ୍କ ପିତା ହେମନ୍ତ, ଯିଏ ନ୍ୟୁ ଜର୍ସିରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅଛନ୍ତି। କରର୍ଜିକିନ ରେକର୍ଡକୁ ଅତିକ୍ରମ କରିବା ପାଇଁ ୟୁରୋପ ଯିବା ଏବଂ ଟୁର୍ନାମେଣ୍ଟ ଖେଳିବା ପାଇଁ ସାହସିକ ପଦକ୍ଷେପ ଉଠାଇଛନ୍ତି।