(ତାଳଚେର) : ଆଜି ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା। ତାଳଚେର ମେଡିକାଲ୍ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ ସହ ଅନ୍ୟାନ୍ୟ ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ଡାକରା ଦିଆଯାଇଛି ।
ସୁରକ୍ଷା ମଞ୍ଚର ଅଭିଯୋଗନୁଯାୟୀ , ୨୦୨୧ ମସିହା ନଭେମ୍ବର ୭ ତାରିଖ ଦିନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ଏଥିରେ ଯୋଗଦେଇ ୨୦୨୨- ୨୩ ଶିକ୍ଷାବର୍ଷରୁ ମେଡିକାଲ୍ କଲେଜ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନାହିଁ ।
ସେହିପରି ତାଳଚେର ଷ୍ଟେସନଠାରୁ ଅନୁଗୁଳ ଷ୍ଟେସନ ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ କରାଯିବା ଓ ତାଳଚେର- ପୁରୀ ପାସେଞ୍ଜର ଟ୍ରେନ୍କୁ କଣିହାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ଦାବି ନେଇ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ସଭାପତି ସୂଚନା ଦେଇଛନ୍ତି ।