ଭୂବନେଶ୍ୱର : ବୌଦ୍ଧ ବନବିଭାଗ ଅଧିକାରୀଙ୍କ ସହାୟତାରେ ଏସଟିଏଫ ଟିମ୍ ଗତ ୭ତାରିଖରେ ଏକ ଚଢ଼ଉ କରି ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିଥିବା ଜଣାପଡିଛି । ଏକ ସୂଚନାନୁସାରେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ-ବାଲିଗୁଡା ରାସ୍ତାର ଖୁଣ୍ଟିଗୁରା ଗ୍ରାମରେ ଟିମ ପକ୍ଷରୁ ରେଡ କରାଯାଇଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୨କିଲୋ ୪୦୦ ଗ୍ରାମ ଓଜନର ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ତେନ୍ତୁଳିଆମଣ୍ଡ ଗ୍ରାମର ବିଶେଶ୍ୱର ବଗର୍ତ୍ତିଙ୍କ ଗିରଫ କରାଯାଇଛି । ପରେ ଏସଟିଏଫ ଟିମ୍ ଅଭିଯୁକ୍ତକୁ ବୌଦ୍ଧ ଫରେଷ୍ଟ ଡିଭିଜନ ଅନ୍ତର୍ଗତ କଣ୍ଟାମାଳ ବନବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଏଥିସହିତ ବୌଦ୍ଧ ଡିଏଫଓଙ୍କୁ ଜୀବନ୍ତ ବଜ୍ରକାପ୍ତାକୁ ମଧ୍ୟ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।