ସୁବର୍ଣ୍ଣପୁର: ରୟାଲ ପଡିଆ ସୋନପୁର ଠାରେ ୧୨ ତମ ସୁଜନ ନାଗ ମେମୋରିଆଲ ରାଜ୍ୟସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟ ର ପୁଲ ବି ର ଦୂତୀୟ ସେମିଫାଇନା ମ୍ୟାଚ ବି ଏସ ଏଫ୍ ସୋନପୁର ବନାମ ଶିମିଳିପାଳ ୱାଇଲଡ ଟାଇଗର ମୟୁରଭଞ୍ଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚ ରେ ବି ଏସ ଏଫ୍ ସୋନପୁର ୧-୦ ଗୋଲ ରେ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି l ଆଜିର ମ୍ୟାଚ ରେ ବେଷ୍ଟ ଡିଫେନ୍ସ ସାମଲ ହେମରମ ( ମୟୁରଭଞ୍ଜ ),ବେଷ୍ଟ ଗୋଲ କିପର ସୁନୀଲ ବାଘା (ସୋନପୁର) ବେଷ୍ଟ ମିଡ଼ ଫିଲ୍ଡ ଚନ୍ଦନ ( ସୋନପୁର )ଏବଂ ହିରୋ ଅଫ ଦି ମ୍ୟାଚ ଏକଲବ୍ୟ ସୋନପୁର ଏବଂ ବେଷ୍ଟ ୱୀଙ୍ଗର୍ କ୍ଷେତ୍ର ସିଂ ( ମୟୁରଭଞ୍ଜ )ପ୍ରମୁଖଙ୍କୁ ପୁରସ୍କୃତ କର ଯାଇ ଥିଲା l
ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ଶ୍ରୀ ନିରଞ୍ଜନ ପୂଝରୀ ଏବଂ ସମ୍ମାନତ ଅତିଥି ଭାବରେ ଅତିରିକ୍ତ ଏସପି ବୀରେନ୍ଦ୍ର କୁମାର ନାୟକ, ବୟନିକା ର ରାଜ୍ୟ ସଭାପତି ପ୍ରକାଶ ମେହେର, ସତ୍ୟ ନାରାୟଣ ତ୍ରିପାଠୀ, ପ୍ରବୀଣ ନାଗ, ଗୋପାଳ ବଢ଼େଇ, ଜନ୍ମ ପାତ୍ର, ଆମ୍ବେଦକର ପ୍ରେମୀ ସୁରେଶ ବାଘ, ବରିଷ୍ଠ ଶିକ୍ଷକ ଏବଂଆମ୍ବେଦକର ପ୍ରେମୀ ଅଚୁତ୍ର ଛତ୍ର, ସମାଜ ସେବୀ କ୍ଷୀର ବିଭାର, ଅନିଲ ଭୋଇନା,ପ୍ରମୁଖ ଯୋଗ ଦାନ କରିଥିଲେ l ଆଜିର ମ୍ୟାଚ କୁ ଜଗତ ଜଗଦଳା ମୁଖ୍ୟ ରେଫ୍ରି ଏବଂ ସହଯୋଗୀ ରେଫ୍ରି ରାଜେନ୍ଦ୍ର ସେଠ୍ , ସନ୍ତୋଷ ପଧାନ ଏବଂ ମ୍ୟାଚ କମିସନର ଭାବରେ ଦାଇତ୍ୱ ତୁଲାଇ ଥିଲେ ପ୍ରଶାନ୍ତ ସେଠି l ପୁରସ୍କାର ବିତରଣି କାର୍ଯ୍ୟ କ୍ରମ କୁ ରାଜେନ୍ଦ୍ର ଜଗଦଲା ଏବଂ ରାକେଶ ନାଗ ତୁଲାଇ ଥିବା ବେଳେ ଜନ୍ମେ ,ଅନିଲ, ଋଷବ, ନଟ, ରବି, ମହେଶ, ସିଦ୍ଧାର୍ଥ , ନେଉଳ, ରମେଶ , ଖଗ, ସହଯୋଗ କରି ଥିଲେ l ଆଜି ୧୨/୦୧/୨୪ ରିଖ ରବିବାର ଟୁର୍ନାମେଣ୍ଟ ଗ୍ରାଣ୍ଡ ଫାଇନାଲ ରିସୁଲ ଏମ ଏଫ୍ ସି ତରଭା ବନାମ ବି ଏସ ଏଫ୍ ସୋନପୁର ମଧ୍ୟରେ ଅନୁଷ୍ଠିତ ହେବ ଏବଂ ସମାଜ ର ହିତ ପାଇଁ ଉତ୍ସର୍ଗୀକୃତ ସେବା ରେ ନିୟୋଜିତ ଥିବା ଜିଲ୍ଲା ର ଗୌରବ ରଖିଥିବା ସହର ର କିଛି ପ୍ରତିଭା, ବ୍ୟକ୍ତି ବିଶେଷ ଓ ସାମାଜିକ ଅନୁଷ୍ଠାନ କୁ ଆଜି ଏହି ଉଦଯାପନୀ ଉତ୍ସବରେ ସମ୍ବର୍ଧିତ କରାଯିବ ବୋଲି ଆୟୋଜକ ଶ୍ରୀ ରାକେଶ ନାଏକ ପ୍ରକାଶ କରିଛନ୍ତି l