(ମମତା ସାମଲ)ରିପୋର୍ଟସଟୁଡେ: ରାଜସ୍ଥାନରେ ପ୍ରବଳ ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷାରେ ବିଗତ ୨ଦିନ ମଧ୍ୟ ୧୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଅନେକ ଗୁଡିଏ ଚାଳଛପର ଘର ଗୁଡିକ ଭାଙ୍ଗିଯାଇଛି । ଶିକେର,ଜୟପୁର ଓ ଝୁନଝୁନ ଅଞ୍ଚଳରେ ଲୋକେ ମୃତ୍ୟୁର ଶିକାର ହୋଇଛନ୍ତି । ରାଜ୍ୟ ରିଲିଫ ସଚିବ ଆଶୁତୋଷ ପେଡନେକର କହିଛନ୍ତି ,୬ଜଣ ସିକେର,୪ଜଣ ଜୟପୁର ଏବଂ ଝୁନଝୁନରେ ୩ଜଣ ଲୋକଙ୍କ ବର୍ଷାଜନିତ ମୃତ୍ୟୁ ହୋଇଛି । ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଜାରି ରହିଛି ।
ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜସ୍ଥାନର କିଛି ଅଂଚଳରେ ବର୍ଷା ଲାଗି ରହିଛି । ଜୟପୁରରେ ୨୧ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଆଜମେର ଜିଲ୍ଲାର ଚକସୁରେ ୧୮, ଭିନୟରେ ୧୭, ଭିଲୱାରା ଜିଲ୍ଲାର ବନେରାରେ ୧୫ ସେଣ୍ଟିମିଟର, କୋଟ୍ରିରେ ୧୪ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ରାଜ୍ୟ ଅନ୍ୟ କିଛି ଅଂଚଳରେ ୧୪ରୁ କମ ପରିମାଣର ବର୍ଷା ରେକର୍ଡ ହୋଇଛି । ଜୟପୁର ଓ କୋଟାରେ ୩୮.୪ ଏମଏମ ବର୍ଷା ଶନିବାର ଯାଏଁ ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟା ଯାଏଁ ବର୍ଷା ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।