ରାଜନଗର : ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତ , ଗସ୍ତ ସମୟରେ ସମଗ୍ର ନିର୍ବାଚନ ମଣ୍ଡଳୀରେ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଛି ଅର୍ଥ । ରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ୧୩୫ କୋଟି ଟଙ୍କା ସାଂସନ ହୋଇଥିବା କହିଛନ୍ତି ପାଣ୍ଡିଆନ, ସମଗ୍ର ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଲଖ୍ୟ । ସେ ସବୁ ମଧ୍ୟରେ ସେତୁ , ସ୍କୁଲ ,କଲେଜ ଓ ମନ୍ଦିରର ଉନ୍ନତି କରଣ କରାଜିବ । ପଟାମୁଣ୍ଡାଇ ହାଇସ୍କୁଲ କଲେଜ ପାଇଁ ୨.୨୫ କୋଟି , ରାଜନଗର ଜଗନ୍ନାଥ କଲେଜ ପାଇଁ ୨.୨୫ କୋଟି , କେରଡାଗଡ ବ୍ରାହ୍ମଣୀ ସେତୁ ପାଇଁ ୬୦ କୋଟି . ସାତଭାୟ ପୁର୍ନବାସ କଲେଜ ପାଇଁ ୨୨.୫୦ କୋଟି ଟଙ୍କା , ରାଜନଗର ସମସ୍ତ ପଞ୍ଚୟତ ପାଇଁ ୨୬ କୋଟି , ପଞ୍ଚୁବରାହୀ ମନ୍ଦିର ପାଇଁ ୪.୯୫ କୋଟି , ପଟ୍ଟାମୁଣ୍ଡାଇ ହାଇସ୍କୁଲ ଓ କଲେଜ ପାଇଁ ୨.୨୫ କୋଟି , ବାୟାବାବା ମଠ ନିମନ୍ତେ ୪.୯୫ କୋଟି , କେରଡାଗଡ ଜଗନ୍ନାଥ ମନ୍ଦିର ପାଇଁ ୩.୦୩ କୋଟି । ଏହିଭଳି ଭାବେ ସମଗ୍ର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପ ପାଇଁ ମୋଟ ୧୩୫ କୋଟିର ଅର୍ଥ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।