୧୭ ଟି ସରକାରୀ ବିଶ୍ୱ ବିଦ୍ୟାଳୟ ରେ ୧୩୫୩ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଖାଲି

0

ଭୁବନେଶ୍ୱର:  ବିଶ୍ୱ ବିଦ୍ୟାଳୟରେ ଖାଲି ପଡିଛି ପଦବୀ । ୧୭ ଟି ସରକାରୀ ବିଶ୍ୱ ବିଦ୍ୟାଳୟ ରେ ୧୩୫୩ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଖାଲି।  ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ।   ୨୦୨୭ ସ୍ଥାନରେ ମାତ୍ର ଅଛନ୍ତି ୬୭୪ ଅଧ୍ୟାପକ ଓ ଅଧ୍ୟାପିକା।  ଖାଲି ପଡିଥିବା ବିଶ୍ୱ ବିଦ୍ୟାଳୟ ରେ ୯୬୫ ଗେଷ୍ଟ ଫ୍ୟାକୋଲିଟିରେ କାମ ଚଳାଉଛନ୍ତି ରାଜ୍ୟ ସରକାର।  ସେହିପରି ଉଚ୍ଚ ଶିକ୍ଷା ବିଭାଗ ରେ ୨୦୮୧ ଅଣ ଶିକ୍ଷକ ପଦବୀ ବି ଖାଲି ପଡ଼ିଛି।  ରାଜ୍ୟର ମୁଖ୍ୟ ବିଶ୍ୱ ବିଦ୍ୟାଳୟ ରେଭେନ୍ସା ଓ ଉତ୍କଳ ରେ ସର୍ବାଧିକ ପଦବୀ ଖାଲି ପଡ଼ିଛି।  ରେଭେନ୍ସା ରେ ୧୬୧ ପଦବୀ ଖାଲି ପଡିଥିବା ବେଳେ ଉତ୍କଳ ରେ ୧୩୩ ପଦବୀ ଖାଲି ପଡ଼ିଛି।