ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା; ୧୪ ମୃତ

0

ଡେରାଡୁନ୍: ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ। ବାଦଲ ଫଟା ବର୍ଷା ଯୋଗୁ ଜଳ ପ୍ରଳୟ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ଡ୍ୟାମ୍‌ କାନ୍ଥ ଭାଙ୍ଗିଛି ତ ଆଉ କେଉଁଠି ଘର ଧୋଇ ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି।

କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ବର୍ଷାରେ ଅନେକ ଘର ଧୋଇ ହୋଇ ଯାଇଛି। ରାମପୁର ସମେତ ଗାଁରେ ୩୦ରୁ ଅଧିକ ଲୋକ ନିଖୋଜ ହୋଇ ଯାଇଛନ୍ତି। ସେପଟେ କୁଲ୍ଲୁ ପାର୍ବତି ନଦୀ କୂଳରେ ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଚିତ୍ର ସାମ୍ନାକୁ ଆସିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି।

ସେପଟେ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡ କେଦାରନାଥରେ ହଠାତ ବନ୍ୟା ଆସିବାରୁ ଭୟାବହ ସ୍ଥିତି ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଯେଉଁଥିରେ ଟେହେରୀରେ ୩ ଜଣ, ହରିଦ୍ୱାର ଏବଂ ରୁରକିରେ ୨ ଜଣ ଓ ଚାମୋଲି ଏବଂ ଡେରାଡୁନରେ ଜଣଙ୍କର ମୃତ୍ୟୁ ଘଟିଛି। ହଠାତ ବନ୍ୟା ଆସିବାରୁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି। ବର୍ତମାନ ଉତ୍ତରାଖଣ୍ଡ ସରକାର କେଦାରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି ।