ବିଳମ୍ବିତ ରାତିରେ ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ

0

କୋଲକାତା-: କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ । କୋଲକାତାର ମାଛୁଆ ଫଳମଣ୍ଡି ଅଞ୍ଚଳର ରିତୁରାଜ ହୋଟେଲରେ ନିଆଁ ଲାଗିଯାଇଥିଲା । ୧୪ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅନେକ ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ କୋଲକାତାର ବାରା ବଜାର ଅଞ୍ଚଳର ମାଛୁଆ ଫାଲ ମଣ୍ଡି ନିକଟରେ ଥିବା ଋତୁରାଜ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ କସରତ ପରେ ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡରେ ୩ ଜଣ ଓଡ଼ିଆ ଜଳିଯାଇଥିବା ସୂଚନା । ଜଗତସିଂହପୁର ନନ୍ଦନ ଗାଁର ମନୋଜ ପାତ୍ର, ହରିପା ଗାଁର ଦୁଷ୍ମନ୍ତ କୁମାର ନାୟକ ଓ ଦୁଷ୍ମନ୍ତ କୁମାର ସ୍ୱାଇଁ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକଙ୍କ ସମ୍ପର୍କିୟ କୋଲକାତାରୁ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି । ବଡ଼ବଜାର ଥାନାରେ ରିପୋଟିଂ କରିବା ପରେ ମୃତଦେହ ଅଣାଯିବ ବୋଲି କୁହାଯାଉଛି ।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିବାବେଳେ ହୋଟେଲରେ ନିଆଁ ଏତେ ଭୟଙ୍କର ଥିଲା ଯେ, ଲୋକମାନେ ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପଡ଼ିଥିଲେ । ତଥାପି, ଏହି ସମୟ ମଧ୍ୟରେ ଅଗ୍ନିଶମ ବାହିନୀ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଘଟଣାସ୍ଥଳରେ ପହଞ୍ଚି ଅନେକ ଲୋକଙ୍କୁ ବଞ୍ଚାଇଲେ ।