ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥା : ରାତି୩ଟାରୁ ୧୫ କିମି ଚାଲି ଜିଲ୍ଲା ପାଳଙ୍କ ପାଖରେ ପହଞ୍ଚିଲେ ପିଲା

0

ରାୟଗଡା : ରାୟଗଡାରେ ଘଟିଛି ଅଭାବନୀୟ ଘଟଣା । ମିଳୁନି ଭଲ ଖାଇବା କି ସୁଦ୍ଧ ପାନୀୟ ଜଳ । ଶୋଇବା ପାଇଁ ଭଲ ଖଟ କି ମଶାରୀ ନାହିଁ, କି ଖେଳିବା ପାଇଁ ସୁବଧା ନାହିଁ । ଏମିତି ଅବ୍ୟବସ୍ଥା ଘେରରେ ରହିଛି ରାୟଗଡା ଜିଲ୍ଲା ଆବାସିକ ବିଦ୍ୟାଳୟ । ଯାହାକୁ ନେଇ ଦୀର୍ଘ ୧୫ କିଲୋମିଟର ଚାଲି ଚାଲି ଆସିଛନ୍ତି ଛାତ୍ର ମାନେ ।

ରାୟଗଡା ବଡ଼ରାଇସିଙ୍ଗ,ଆଶ୍ରମ ସ୍କୁଲ ଅବାସିକ ବିଦ୍ୟାଳୟର ଏହି ୧୪ ଜଣ ଛାତ୍ର । ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଦୀର୍ଘଦିନ ହେବ ହଷ୍ଟେଲ ରହୁଥିବା ପିଲାମାନଙ୍କୁ ଖାଇବା ପିଇବାରେ ଅବହେଳା ସହିତ ଅଭଦ୍ର ଭାଷରେ ଗାଳି ଗୁଲଜ ଅଭିଯୋଗ ନେଇ ଏହି ଛାତ୍ରମାନେ ଆଜି ଭୋର ପ୍ରାୟ ସାଢ଼େ ୩ ଟାରୁ ଦୀର୍ଘ ୧୫ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ ନକଟରେ ପହଁଚିଥିଲେ ।

ଉକ୍ତ ହଷ୍ଟେଲରେ ୧୦୦ ଜଣ ବାଳକ ଏବଂ ୧୪୦ ଜଣ ବାଳିକା ରହି ପାଠ ପଢ଼ୁଥିବା ନେଇ ସୂଚନା ଦେଇଛନ୍ତି ଏହି ଛାତ୍ରମାନେ। ତେବେ ପ୍ରଧାନ ଶିକ୍ଷକଙ୍କ ବଦଳି ପାଇଁ ଏମାନେ ଦାବି କରିଛନ୍ତି । ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ତୁରନ୍ତ ଏ ଦିଗରେ ସ୍ଥାନୀୟ ପ୍ରଶଂସନ ହସ୍ତକ୍ଷପ କରି ସମସ୍ୟାର ସମାଧାନ କରିବା ନିହାତୀ ଜରୁରୀ ।