୫ ବର୍ଷରେ ବଜ୍ରପାତରେ ରାଜ୍ୟରେ ୧୪୧୮ ଲୋକଙ୍କ ଯାଇଛି ଜୀବନ । ୨୦୨୦-୨୧ ରେ ୩୩୯ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ ୩୯ ଜଣି । ୨୦୨୧-୨୨ରେ ୨୯୬ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ କେନ୍ଦୁଝର ରେ ୨୬ ଜଣ । ୨୦୨୨-୨୩ରେ ୩୦୬ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ରେ ୩୫ ଜଣ । ୨୦୨୩-୨୪ରେ ୨୭୨ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଓ ବାଲେଶ୍ୱର ରେ ୨୪ ଜଣଙ୍କ ଜୀବନ ଯାଇଛି । ୨୦୨୪-୨୫ରେ ୨୦୫ ଜଣଙ୍କ ଜୀବନ ଯାଇଥିବା ବେଳେ ସର୍ବାଧିକ ବାଲେଶ୍ୱରରେ ୧୮ ଜଣଙ୍କ ଜୀବନ ଯାଇଛି । ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନ ରେ ଲିଖିତ ଉତ୍ତର ଦେଲେ ରାଜସ୍ବ ଓ ବିପର୍ୟୟ ପରିଚାଳନା ମନ୍ତ୍ରୀ ।