କରଞ୍ଜିଆ /ବସନ୍ତ କୁମାର ସୋରେନ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ଅଞ୍ଚଳରେ କିଛି ଦିନ ପୂର୍ବରୁ ଗୋଷ୍ଠୀ ସଂଘର୍ଷ ହେଇଥିଲା । ଏଥିରେ ପୋଲିସ ପ୍ରଶାସନ ବାରମ୍ବାର ବୈଠକ କରି ସମସ୍ୟା ର ସମ୍ଭାଧାନ କରିବା ପାଇଁ ଚେଷ୍ଟା କରିଥିଲା । ପରିସ୍ଥିତି ଶାନ୍ତ ରଖିବା ପାଇଁ କରଞ୍ଜିଆ ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ମୁତୟନ ମଧ୍ୟ କରାଯାଇଛି । କିନ୍ତୁ ଚାପ ଓ ଉତେଜନା ଲାଗିରହିଥିବା ଯୋଗୁଁ ଗୋଷ୍ଠୀ ସଂଘର୍ଷ ହେବାର ସମ୍ଭାବନା ଥିବାରୁ ଆଜି କରଞ୍ଜିଆ ଉପଜିଲ୍ଲାପାଳ ସେହି ଅଞ୍ଚଳରେ ୧୪୪ ଧାରା ଲଗାଇଛନ୍ତି । କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳର ନିକଟରେ ଥିବା କୁମ୍ଭାରସାହିରେମଧ୍ୟ ଲାଗିଲା ୧୪୪ ଧାରା । ଏହା ଦୁଇ ମାସ ପର୍ୟ୍ୟନ୍ତ ଲଗାଯିବାର କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାଶୁ ଚାନ୍ଦଙ୍କ ସୂଚନା ଦେଇଛନ୍ତି । ଏଥିରେ କରଞ୍ଜିଆ ଥାନା ଅଧିକାରୀ , କରଞ୍ଜିଆ ଏସ ଡି ପି ଓ ଅତିରିକ୍ତ ତହସିଲଦାର ଝକ୍ଟ୍ର ସାମିଲ ଅଛନ୍ତି ।