ଲାହୌଲର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ , ଫସି ରହିଛନ୍ତି ୧୪୪ ପର୍ଯ୍ୟଟକ

ହିମାଚଳ ପ୍ରଦେଶର ଲାହୌଲ ସ୍ପିତିରେ ପ୍ରଳୟଙ୍କରୀ ବର୍ଷା । ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ମଧ୍ୟ ହୋଇଥିବା ନଜର ଆସିଛି ।

0

(ହିମାଚଳ) : ହିମାଚଳ ପ୍ରଦେଶର ଲାହୌଲ ସ୍ପିତିରେ ପ୍ରଳୟଙ୍କରୀ ବର୍ଷା । ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ମଧ୍ୟ ହୋଇଥିବା ନଜର ଆସିଛି । ଫଳରେ ଘଟଣାସ୍ଥଳରେ ୧୪୪ ଜଣ ପର୍ଯ୍ୟଟକ ଫସି ରହିଛନ୍ତି। ଗୁରୁବାର ପଟ୍ଟନ ଘାଟିରେ ବହୁ ପର୍ଯ୍ୟଟକ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ ୪୦ ଜଣଙ୍କୁ ଅଗ୍ନିଶମ ବାହିନୀ ଓ ପୋଲିସ ମିଳିତ ଉଦ୍ୟମରେ ଉଦ୍ଧାର କରିବାରେ ସଫଳ ହୋଇଛି। ତେବେ ବହୁ ସ୍ଥାନରେ ସଡକ ଭାଙ୍ଗି ଯିବାରୁ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାନୁଯାୟୀ , ଏହା ପୂର୍ବରୁ ୧୭୫ ଜଣ ପର୍ଯ୍ୟଟକ ଫସି ରହିଥିବା ରାଜ୍ୟ ବିପତ୍ତି କାଳୀନ ନିର୍ଦ୍ଦେଶକ ସୁଦେଶ କୁମାର ମୋଖଟା ସୂଚନା ଦେଇଥିଲେ। ତେବେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା। ପାଗ ଖରାପ ଥିବା କାରଣରୁ ସଡ଼କ ମାର୍ଗରେ ସେମାନଙ୍କୁ ଉଦ୍ଧାର କରିବାରେ ଅସୁବିଧା ହେଉଥିବାରୁ ଆକାଶ ମାର୍ଗରୁ ଉଦ୍ଧାର କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।