ମଧ୍ୟପ୍ରଦେଶର ଖରଗାଁରେ ବସ୍ ଦୁର୍ଘଟଣାରେ ୧୫ମୃତ, ୨୫ଆହତ

0

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଖରଗାଁରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି । ବସ୍ଟି ୫୦ଜଣ ଯାତ୍ରୀଙ୍କୁ ନେଇ ଇନ୍ଦୋର ଯାଉଥିବା ବେଳେ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ଖରଗାଁ ଠାରୁ ୪୦ କିଲୋମିଟର ଦୂର ଦରଭଙ୍ଗା ଠାରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଚାଲିଛି । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଏବଂ ମୃତକଙ୍କ ପରିବାରଙ୍କୁ କ୍ଷତିପୁରଣ ଦେବାକୁ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ।