(ମସ୍କୋ) : ଘଟିଛି ଏକ ବଡ଼ ଧରଣର ବିମାନ ଦୁର୍ଘଟଣା। ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ରୁଷର ଟାଟାରସ୍ତାନରେ ଏକ L-410 ଟର୍ବୋଲେଟ୍ ବିମାନରେ । ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ମୋଟ ୨୩ଜଣ ଯାତ୍ରୀ ଥିଲେ।
ସୂଚନାନୁଯାୟୀ , ରବିବାର ରୁଷର ସମୟ ଅନୁଯାୟୀ ପ୍ରାୟ ୯ ଟା୧୧ ମିନିଟରେ ମେନଜେଲିନସ୍କ ସହରରେ ଉକ୍ତ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରୁଷର ନ୍ୟୁଜ୍ ଏଜେନ୍ସି TASS ର ଏକ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଖବର ଅନୁଯାୟୀ, ୨୩ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୧ ଜଣ ପାରାଚ୍ୟୁଟ୍ ଡାଇଭର ଥିଲେ। ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଥିବା ଜଣାପଡିଛି।