ପୁଣି ବ୍ରାଉନ ସୁଗାର ଜବତ

0

(ଅନୁସ୍ୱୟା)ଭୁବନେଶ୍ୱର: ରାଜ୍ୟରେ ଚୋରୀ ଡ଼କାୟତି ଭଳି ଅପରାଧିକ କାର୍ଯ୍ୟ ବୃଦ୍ଧି ପାଉଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡା ପାଲଟିଗଲାଣି। ନିକଟରେ ଅନେକ ସ୍ଥାନରୁ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଆଜି ପୁଣି ବାଲେଶ୍ୱରରୁ ବ୍ରାଉନସୁଗାର ଜବତ ହୋଇଛି ।

ବାଲେଶ୍ୱର ଜିଲ୍ଲା ଝାଡ଼େଶ୍ୱରପୁର ବସ୍ତିରୁ ଆଜି ୧୫ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । କୈାଣସି ସୂତ୍ରରୁ ଖବର ପାଇ ଗୁଇନ୍ଦା ଅବକାରୀ ବିଭାଗ ଉକ୍ତ ବସ୍ତିରେ ଚଢାଉ କରିଥିଲା । ଫଳରେ ସେଠାରୁ ପ୍ରାୟ ୧୫ଗ୍ରାମର ବ୍ରାଉନସୁଗାର ଜବତ ସହ ଜଳେଶ୍ୱର ଷ୍ଟେସନରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା । ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଭଦ୍ରକ ଅଂଚଳର ବୋଲି ଜଣାପଡ଼ିଛି । ଏହି ବ୍ରାଉନସୁଗାର କାରବାରରେ କେଉଁମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଧରିବାକୁ ପୋଲିସ ଛାନଭିନ କରୁଛି ।