୧୫ ଲକ୍ଷ ବୁଣାକାର ରାମଲାଲାଙ୍କ ପାଇଁ କରିଛନ୍ତି ସ୍ୱତନ୍ତ୍ର ବସ୍ତ୍ର

0

ଉତ୍ତରପ୍ରଦେଶ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ତାଥୀ ପାଖେଇ ଆସୁଛି । ଏହାରି ଭିତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ରାମଲାଲାଙ୍କ ବିଗ୍ରହ ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ବସ୍ତ୍ର ହସ୍ତାନ୍ତର କରିଛନ୍ତି । ଏହି ବସ୍ତ୍ର ବୁଣା କାର୍ଯ୍ୟରେ ପାଖାପାଖି ୧୫ ଲକ୍ଷ ବୁଣାକାର ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ବୁଣାକାରମାନଙ୍କ ଏଭଳି ପ୍ରୟାସ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରିଙ୍କୁ ରାମଲାଲାଙ୍କ ବସ୍ତ୍ର ହସ୍ତାନ୍ତର କରିଛନ୍ତି । ସେହି ସମୟରେ ଟ୍ରଷ୍ଟର ବରିଷ୍ଠ ସଂରକ୍ଷକ ସୁରେଶ ଯୋଶୀ ଭୈୟା ଉପସ୍ଥିତ ଥିଲେ ।