ଅଦିନିଆ ବର୍ଷାରେ ବେହାଲ ରାଜଧାନୀ : ରୋଡ କ୍ଲିୟରାନ୍ସ ପାଇଁ ୧୫ ଟିମ୍ ନିୟୋଜିତ

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ : ମାଡି ଆସିଲା କଳାହାଣ୍ଡିଆ ମେଘ। ଦିନ ସୃଷ୍ଟି କଲା ସନ୍ଧ୍ୟାର ଭ୍ରମ। କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ହାଲୁକା ବର୍ଷା । ପବନ ବହିବା ସହ ବର୍ଷା ହେଉଛି । ସେପଟେ ରାଜଧାନୀରେ ଚାରିଆଡେ ଗଛ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଏନେଇ ସାରା ଭୁବନେଶ୍ୱରରେ ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ସେବାର ୧୫ଟି ଟିମ୍ ନିୟୋଜିତ ଅଛନ୍ତି । ବିଦ୍ୟୁତ୍ ବିଭାଗ ସହାୟତା ପାଇଁ ଅଗ୍ନିଶମ ବାହିନୀକୁ କଲ୍ କରିବା ପାଇଁ ୧୧୨ ନମ୍ବର ଜାରି କରାଯାଇଛି ।

ଅନ୍ୟପକ୍ଷେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । କଟକ ଓ ଢେଙ୍କାନାଳ ଜିଲ୍ଲାକୁ ସତର୍କତା କରାଇଛନ୍ତି ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ।