ମହାକୁମ୍ଭ ମେଳାରେ ଦିନକୁ ତ୍ରିବେଣୀ ସଙ୍ଗମରୁ କଢାଯାଉଛି ୧୫ଟନ୍ ଅଳିଆ

0

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲଛି ମହାକୁମ୍ଭ ମେଳା । ବୁଡ ପକାଉଛନ୍ତି କୋଟି କୋଟି ଭକ୍ତ । ଭିଭିଆଇପିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ବୁଡ ପାକାଉଛନ୍ତି । ଆଉ ବୁଡ ପକାଇବାକୁ ଯାଇ ନଦୀରେ ଲୁଗାପଟା ଭସାଇଦେବା , ଶ୍ରାଦ୍ଧ ଓ ପୂଜାର୍ଚ୍ଚନା ସାମଗ୍ରୀ ବିସର୍ଜନ କାରଣରୁ ପବିତ୍ର ନଦୀଜଳ ପ୍ରଦୂଷିତତ ହେଉଛି ।

ଗଙ୍ଗା ଓ ଯମୁନାକୁ ସଫେଇ କରିବା ପାଇଁ ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ଅତ୍ୟାଧୁନିକ ସ୍କିମର ନିୟୋଜିତ କରାଯାଇଛି । ନଦୀ ଜଳର ଉପରି ଭାଗକୁ ଭାସମାନ ଅଳିଆ କଢା ନଗଲେ , ତୀର୍ଥଯାତ୍ରୀମାନେ ବୁଡ ପକାଇବାକୁ ଅସନ୍ତୁଷ୍ଟ ହୋଇ ପାରନ୍ତି ।

ତେଣୁ ଡଙ୍ଗାରେ ସ୍କିମର ଲଗାଇ ଦିନକୁ ପ୍ରାୟ ୧୫ଟନ ଅଳିଆ କଢାଯାଉଥିବା କୁହାଯାଉଛି । ଗୋଟିଏ ଗୋଟିଏ ସ୍କିମର ଦିନକୁ ସର୍ବାଧିକ ୬୦ କ୍ୱିଂଟାଲ ଅଳିଆ ସଫା କରୁଥିବା ଜଣାଯାଏ ।


ସୂଚନା ଅନୁଯାୟୀ, ଚାଲିଥିବା ମହାକୁମ୍ଭକୁ ଦୃଷ୍ଟିରେ ରଖି ପ୍ରୟାଗରାଜ ମୁନିସିପାଲ କର୍ପୋରେସନ ସ୍କିମର କିଣିଥିଲା । କୁହାଯାଉଛି ଯେ ଏହି ସ୍କିମର ନିକଟରେ ୪କିମି ବ୍ୟାପୀ ନଦୀତଟକୁ ସଫା କରିବାର କ୍ଷମତା ରହିଛି । ମୁନିସିପାଲ କର୍ପୋରେସନରେ କାର୍ଯ୍ୟରତ ଜନୈକ ସରକାରୀ ଅଧିକାରୀ କହିଛନ୍ତି ଯେ , ଯେତେ ବୁଝାଇଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ମନକୁ ବଦଳାଇ ହେଉନି । ତେଣୁ ନଦୀ ସଫା କରିବା ଆବସ୍ୟକ ରହିଛି ।