ପଶ୍ଚିମବଙ୍ଗରୁ ଫେରିଲେ ୧୫୫ ଓଡ଼ିଶାବାସୀ : ସୋସିଆଲ ମିଡିଆରେ ଦେଇଥିଲେ ଖବର

0

ଭୁବନେଶ୍ୱର : ପଶ୍ଚିମବଙ୍ଗରୁ ଫେରିଲେ ଫସିଥିବା ୧୫୫ ଜଣ ଓଡିଶାର ରୋଗୀ । ବାଂଲାଦେଶ ହିଂସା ଯୋଗୁଁ ସେମାନେ ପଶ୍ଚିମବଙ୍ଗ ମେଦିନପୁରରେ ଫସିଥିଲେ। ପଶ୍ଚିମବଙ୍ଗ ପୋଲିସ ରାତି ପ୍ରାୟ ସାଢେ ଗୋଟେ ବେଳେ ଲକ୍ଷ୍ମଣନାଥ ଗେଟ ପାଖରେ ଓଡିଶା ପୋଲିସକୁ ହସ୍ତାନ୍ତର କରିଛି । ଦୁଇଟି ବସ, ଦୁଇଟି କର ଏବଂ ୩ଟି ବୋଲେରୋ ଓଡିଶା ଅଣାଯାଇଛି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୫୦ ଜଣ ଲୋକ ବାଲେଶ୍ବର ଜିଲ୍ଲାରୁ ରହିଛନ୍ତି ।

ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାର କେଶପୁର ଖଡ଼ିକା ଅଞ୍ଚଳରେ ଥିବା ବାବାଙ୍କ ନିକଟକୁ ଯାଇଥିବା ଓଡ଼ିଶାବାସୀଙ୍କୁ ପଶ୍ଚିମବଙ୍ଗର ଲୋକମାନେ ଅଟକ ରଖି ମାରଧର କରିଛନ୍ତି । ସୋସିଆଲ ମିଡ଼ିଆ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କରିଥିଲେ । ଖବର ଜାଣିବା ପରେ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ। ଏହା ପରେ ପଶ୍ଚିମବଙ୍ଗ ପୋଲିସଙ୍କ ସହଯୋଗରେ ସେମାନଙ୍କୁ ଓଡିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟ୍ ନିକଟରେ ଛାଡ଼ିଛି ।