ଜନ୍ମମାଟିରେ ବାଗ୍ମୀ ବିଶ୍ୱନାଥ କରଙ୍କ ୧୫୯ ତମ ଜୟନ୍ତୀ ଉତ୍ସବ ପାଳନ

0

ସାଲେପୁର (ଜ୍ୟୋସ୍ନା ରାଣୀ ସିଂହ) : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର କ୍ରାନ୍ତିଦ୍ରଷ୍ଟା ପୁରୁଷ,ବିଖ୍ୟାତ ସାମ୍ବାଦିକ ଏବଂ ସମ୍ପାଦକ ବାଗ୍ମୀ ବିଶ୍ୱନାଥ କରଙ୍କ ୧୫୯ ତମ ଜନ୍ମ ଜୟନ୍ତୀ ପାଳନ । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମୂଳବସନ୍ତ ଠାରେ ଏହି ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉତ୍ସବରେ ବହୁ ସାହିତ୍ୟିକ, ସାମ୍ବାଦିକ, ଶିକ୍ଷାବିତ,ସମାଜସେବୀ,ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକ ମାନେ ଯୋଗଦେଇ ଓଡିଆ ଜାତିର ମହାନ ଜନ ନାୟକ ସ୍ବର୍ଗତ କରଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ l ମାହାଙ୍ଗା ସାରସ୍ୱତ ସେବା ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ମହାନ୍ତି ଅଧ୍ୟକ୍ଷତା କରି ବାଗ୍ମୀ ବିଶ୍ୱନାଥ କରଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିଥିଲେ l ଶ୍ରୀ ମହାନ୍ତି କହିଲେ ମାହାଙ୍ଗା ମାଟିର ଯଶସ୍ବୀ ପୁରୁଷ ବିଶ୍ୱନାଥ କରଙ୍କ ପାଇଁ କେବଳ ଓଡିଆ ଜାତି ଗର୍ବିତ ନୁହେଁ,ବରଂ ଏଭଳି ଜଣେ କୃତବିଦ୍ୟ ପୁରୁଷଙ୍କ ପାଇଁ ସାରା ଓଡିଶା ବିଶ୍ୱ ଦରବାରରେ ଗୌରାବାନ୍ୱିତ ହୋଇପାରିଛି l ଉତ୍ସବରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ଭାବଗ୍ରାହୀ ରାଉତ ଯୋଗଦେଇ ବାଗ୍ମୀ ବିଶ୍ୱନାଥଙ୍କୁ ଓଡ଼ିଆ ଭାଷା ସାହିତ୍ୟର ନମସ୍ୟ ପୁରୁଷ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱଜିତ ସେଠୀ, କବି ପ୍ରଶାନ୍ତ କୁମାର କର, ଶିକ୍ଷାବିତ କେଶବ ଚନ୍ଦ୍ର ସାହୁ, ସମାଜସେବୀ ସୁଧୀର କୁମାର ମହାନ୍ତି, ସୁଦାମ ଚରଣ ପଲେଇ, ସୁଶାନ୍ତ କୁମାର ଦାସ , ପଞ୍ଚାନନ ପଣ୍ଡା, ସୁମନ୍ତ ପଲେଇ, ରାମକୃଷ୍ଣ ସାହୁ, ସଦାଶିଷ ସାହୁ,ସନ୍ତୋଷ ଜେନା, ପର୍ଶୁରାମ ସାହୁ, ସଚିତ୍ର ସାହୁ,ଜାବିଦ ଖାଁ, ଅବଦୁଲ ହମିଦ,ଅଜିତ କୁମାର ମହାନ୍ତି, ଟୁଲୁ ବେହେରା,ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ସୁରକ୍ଷା ସହିତ,ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଭିତ୍ତି ପ୍ରତିଷ୍ଠା କ୍ଷେତ୍ରରେ ବାଗ୍ମୀ ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ ବୋଲି ଜୟନ୍ତୀ ସଭାରେ ଯୋଗଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ l