ଘୋଷଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୫ ସ୍ୱତନ୍ତ୍ର ଟ୍ରେନ୍

0

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଉ ମାତ୍ର ୩ ଦିନ ବାକି । ଏନେଇ ଭକ୍ତଙ୍କ ଗମନାଗମନକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଲାଗି ବ୍ୟବସ୍ଥା କରାଯାଇଛି । ୦୮୯୦୭ ପାରାଦୀପ-ପୁରୀ ସ୍ପେଶାଲ, ୦୮୦୧୯ ଅନୁଗୋଳ- ପୁରୀ ସ୍ପେଶାଲ, ୦୮୦୪୧ ଭଦ୍ରକ-ପୁରୀ ସ୍ପେଶାଲ, ୦୮୦୩୩ ଖୋର୍ଦ୍ଧାରୋଡ୍-ପୁରୀ ସ୍ପେଶାଲ, ୦୮୦୫୧ନୂଆଗାଁ ରୋଡ୍-ପୁରୀ ସ୍ପେଶାଲ, ୦୮୦୨୧ ଅନୁଗୋଳ- ପୁରୀ ସ୍ପେଶାଲ, ୦୮୦୪୩ ଭଦ୍ରକ-ପୁରୀ ସ୍ପେଶାଲ, ୦୮୦୨୩ ବ୍ରହ୍ମପୁର-ପୁରୀ ସ୍ପେଶାଲ, ୦୮୯୦୯ପାରାଦୀପ-ପୁରୀ ସ୍ପେଶାଲ, ୦୮୫୪୯ ପଲାସା-ପୁରୀ ସ୍ପେଶାଲ, ୦୮୦୪୫ କେନ୍ଦୁଝରଗଡ଼-ପାରାଦୀପ-ପୁରୀ ସ୍ପେଶାଲ, ୦୮୦୨୯ ଗୁଣୁପୁର-ପୁରୀ ସ୍ପେଶାଲ, ୦୮୯୧୧ ଯାଜପୁର କେନ୍ଦୁଝର ରୋଡ୍-ପୁରୀ ସ୍ପେଶାଲ, ୦୮୦୨୫ ବ୍ରହ୍ମପୁର-ପୁରୀ ସ୍ପେଶାଲ ଟ୍ରେନ ନିଜ ଗନ୍ତବ୍ୟ ସ୍ଥାନରୁ ପୁରୀ ଅଭିମୁଖେ ଯାତ୍ରା କରିବ । ସେହିପରି ପୁର୍ବତଟ ରେଳପଥ ଦ୍ୱାରା ରଥଯାତ୍ରା ଲାଗି ଦୂରଦୁରାନ୍ତରରୁ ଆସୁଥିବା ଭକ୍ତଙ୍କ ପାଇଁ ରେଲୱେ ଗେଷ୍ଟ ହାଉସର ମଧ୍ୟ ବନ୍ଦୋବସ୍ତ କରାଯାଇଛି । ତେବେ ୨ ତାରିଖରେ ଘଟିଥିବା ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏନେଇ ଦକ୍ଷିଣ ପୂର୍ବ ରେଳପଥର ସିପିଆରଓ ସୂଚନା ଦେଇଛନ୍ତି ।