୧୬ ଜଣ ଆଇଏଏସଙ୍କ ସହ ଜଣେ ଆଇପିଏସଙ୍କୁ ମିଳିଲା ନୂତନ ଦାୟିତ୍ୱ

0

( ହରପ୍ରସାଦ ବିଶୋଇ / ରିପୋର୍ଟସ ଟୁଡ଼େ ) : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ମୁଖ୍ୟ ଶାସନ ସଚିବ ପଦକୁ ନେଇ ଅସିତ ତ୍ରିପାଠୀଙ୍କ ନାମ କୁ ନେଇ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଥିଲା ସେଥିରେ ପୂର୍ଣ୍ଣେଛେଦ ପଡ଼ିବା ସହ ଅସିତ ତ୍ରିପାଠୀଙ୍କୁ କେବିକେର ମୁଖ୍ୟ ପ୍ରଶାସକ ଦାହିତ୍ୱ ମିଳିଛି । ସେହିପରି ଗୋପବନ୍ଧୁ ଏକାଡେମୀର ନିର୍ଦ୍ଦେଶକ ଭାବେ ସୁଦର୍ଶନ ପାଲ ଠାକୁରଙ୍କୁ ମିଳିଲା ନିଯୁକ୍ତି । ସିଜେ ବେନୁଗୋପାଳଙ୍କୁ ରାଜସ୍ୱ ପରିଷଦର ସଦସ୍ୟ ଭାବେ ମିଳିଲା ନୂଆ ଦାୟିତ୍ୱ ।
ସେହିଭଳି ନୀତିନ ଚନ୍ଦ୍ରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିବା ବେଳେ ଦେଓ ରଞ୍ଜନ କୁମାର ସିଂଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିଭଳି ରଞ୍ଜନା ଚୋପ୍ରାଙ୍କୁ ଏସସି ଓ ଏସଟି ବିଭାଗର ପ୍ରମୁଖ ସଚିବ ଭାବେ ମିଳିଲା ନିଯୁକ୍ତି । ସୁଶୀଲ ଲୋହାନୀଙ୍କୁ ବାଣିଜ୍ୟିକ ଟିକସ କମିଶନର, ବୀର ବିକ୍ରମ ଯାଦବଙ୍କୁ ସମବାୟ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିଭଳି ଆଇପିଏସ ଅରୁଣ ବୋଥ୍ରାଙ୍କୁ ସେସୁର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।
ଆର ରଘୁପ୍ରସାଦଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ସହ ଓମଫେଡର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ବିଶାଳ ଗଗନଙ୍କୁ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ, ଭାସ୍କର ଜ୍ୟୋତି ଶର୍ମାଙ୍କୁ ସାମାଜିକ ସୁରକ୍ଷା ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି । କ୍ରିଷ୍ଣନ କୁମାରଙ୍କୁ ପୂର୍ତ୍ତ ବିଭାଗର ସଚିବ ଭାବେ ଦାୟିତ୍ୱ ମିଳିଥିବା ବେଳେ ଅର୍ଚ୍ଚନା ପଟ୍ଟନାୟକଙ୍କୁ ଉଠା ଜଳସେଚନ ବିଭାଗର ନିର୍ଦ୍ଦେଶନ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସଚିନ ରାମଚନ୍ଦ୍ର ଯାଦବ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ନୂଆ ଦାୟିତ୍ୱ ମିଳିଛି ।