ଗଞ୍ଜାମ/ହରପ୍ରସାଦ ବିଶୋୟୀ: ସାତ ଜନ୍ମ ପାଇଁ ସାଥି ହେବାର ପ୍ରତିଶୃତି ଦେଇଥିବା ସ୍ୱାମୀ ଯୌତୁକ ଲୋଭରେ ଅଧା ବାଟରେ ସ୍ତ୍ରୀ କୁ କଲା ପର ସମାଜରେ ଯୌତୁକ ପ୍ରଥା ଲୋପ କେତେ ଆଇନ ହେଉଛି, ହେଲେ ଯୌତୁକ ଲାଳସାରେ ନିର୍ଯାତନାର ଶିକାର ହେଉଛନ୍ତି ନିରୀହ ମହିଳା। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜପଲ୍ଲୀ ଗ୍ରାମରେ । ପ୍ରଥମ ସ୍ତ୍ରୀ ଥାଉ ଥାଉ ଆଉ ଜଣେ ଝିଅକୁ ବିବାହ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ବେଗୁନିଆପଡ଼ା ବ୍ଲକ ବଡ଼ ଖାଇରଖମା ପଞ୍ଚାୟତ ସରଧାପୁର ଗ୍ରାମର ଶତ୍ରୁଘନ ସାହୁଙ୍କ ଝିଅ ନୟନା ପ୍ରଧାନ ।
୨୦୧୪ ଫେବୃଆରୀ ୨୬ ତାରିଖରେରେ ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗ୍ରାମର ଯୋଗେନ୍ଦ୍ର ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ନୟନା । ବାହାଘର ସମୟରେ ବାପଘର ପକ୍ଷରୁ ଯୌତୁକ ବାବଦକୁ ଗାଡି, ସୁନା, ଟିଭି ଆଦି ବହୁ ଜିନିଷ ଦିଆଯାଇଥିଲା । କିନ୍ତୁ ବାହାଘରର ଦେଢ଼ ମାସ ପରେ ଶ୍ୱଶୁର ଘରକୁ ଲାଜ ଲୁଗା ପିନ୍ଧିବାକୁ ଆସି ଅଧିକ ଯୌତୁକ ଦାବି କରି ତାଙ୍କ ସ୍ୱାମୀ ନୟନାଙ୍କୁ ବାପା ଘରେ ଛାଡି ଦେଇ ଯାଇଥିବା ନୟନାଙ୍କ ସହ ତାଙ୍କ ବାପା ଓ ମାଆ ଅଭିଯୋଗ କରିଛନ୍ତି । ଏମିତିକି ଯୌତୁକ ନ ଦେଇ ନୟନାକୁ ଶାଶୁ ଘର ପଠାଇଲେ ମାରିଦେବାର ମଧ୍ୟ ଧମକ ଦେଇଥିଲେ । ଏ ନେଇ ବାପା ଶତ୍ରୁଘ୍ନ ନିଜ କୁଳ ସମାଜକୁ ଲିଖିତ ଦରଖାସ୍ତ କରି ସମାଧାନ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ କୁଳର ନିୟମ ମଧ୍ୟ ମାନି ନଥିଲେ ସଞ୍ଜୟ ଓ ତାଙ୍କ ପରିବାର । ଫଳ ସ୍ୱରୂପ ନୟନା ୨୦୧୮ ମସିହା ଜୁଲାଇ ମାସରେ ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ । ଏହା ସତ୍ତେ୍ୱ ପୋଲିସ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇନଥିଲା। ଏହା ପରେ ପୁଣି ଖଲ୍ଲିକୋଟ ଥାନାରେ ଜାନୁୟାରୀ ୨୦୧୯ ରେ ନୟନା ଆଉ ଏକ ଏତଲା ଦେବା ପରେ ପୋଲିସ ନୟନାଙ୍କ ଶାଶୁ, ଶ୍ୱଶୁର, ନଣନ୍ଦ, ଓ ଦିଅରଙ୍କ ଉପରେ ମାମଲା ରୁଜ୍ଜୁ କରିଥିଲା। ଏହା ପରେ ସଞ୍ଜୟ ଦ୍ୱିତୀୟ ବିବାହ କରିଥିବା ଜଣା ପଡିବା ପରେ, ଏ ନେଇ ବାପଘର ପକ୍ଷରୁ ଖଲ୍ଲିକୋଟ ଥାନାରେ ଆଉ ଏକ ମାମଲା ୧୮/୨/୨୦୨୦ରେ ରୁଜୁ କରିବା ସହ ଖଲ୍ଲିକୋଟ କୋର୍ଟରେ ମଧ୍ୟ କେସ ହୋଇଛି । ନୟନା ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ପରେ ଏହାର ବିଚାର ପାଇଁ ସଂଜୟଙ୍କୁ ତିନୋଟି ନୋଟିସ ମଧ୍ୟ ହୋଇଛି, କିନ୍ତୁ ସଞ୍ଜୟ ହାଜର ହୋଇନାହାନ୍ତି । ଅପରପକ୍ଷେ ନୟନାର ଗୋଟେ ଛୋଟ ଝିଅ ଥିବା ବେଳେ ତାଙ୍କର ଆଉ ତାଙ୍କ ଝିଅର ଥଇଥାନ ଓ ଭରଣ ପୋଷଣ ଦାବି କରିଛନ୍ତି ନୟନା ଓ ତାଙ୍କ ପରିବାର । ପୋଲିସ ଓ ମହିଳା କମିଶନ ଉପରେ ଭରସା କରି ନିରାଶ ହେବା ପରେ ବର୍ତମାନ ନୟନା ମାନ୍ୟବର କୋର୍ଟଙ୍କ ଆଶ୍ରୟ ନେଇଥିବା ଜଣାପଡିଛି।ସେପଟେ ଘରର ବଡ ଝିଅର ଏପରି ଦୁଃଖ ଦେଖି ବାପା ଶତ୍ରୁଘ୍ନ ଓ ମା ସୁଭଦ୍ରା ଅସହାୟ ହୋଇପଡିଛନ୍ତି।