ମାଙ୍ଗାଲୁର: ମାଙ୍ଗାଲୁର ଏୟାର ପୋର୍ଟରେ ଏକାଧିକ ଘଟଣାରେ ଶନିବାର ଅବକାରୀ ବିଭାଗ ସୁନା ଚାଲାଣକରୁଥିବା ୩ ଜଣ ଯାତ୍ରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ସୁନା ଜବତ କରିଛନ୍ତି । ସମସ୍ତ ଯାତ୍ରୀ ୟୁନାଇଟେଡ ଆରବ ଏମିରେଟରୁ ଫେରିଥିଲେ । ମାଙ୍ଗାଲୁର ଏୟାର ପୋର୍ଟରୁ ଜଣେ ଯାତ୍ରୀଙ୍କଠାରୁ ୧୧ଲକ୍ଷ ୮୭୧ ହଜାର ୪୩୦ ଟଙ୍କାର ସୁନା ଜବତ ହୋଇଥିବା ବେଳେ ଅନ୍ୟ ଜଣଙ୍କଠାରୁ ୨୬ଲକ୍ଷ ୪୩ ହଜାର ୮୪୦ ଟଙ୍କାର ସୁନା ଜବତ ହୋଇଛି । ଏହି ଦୁଇ ଯାତ୍ରୀଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ସେହିପରି ଅନ୍ୟ ଏକ ମାମଲାରୁ ଦୁବାଇରୁ ଫେରିଥିବା ଜଣେ ଯାତ୍ରୀଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୧.୯ କିଲୋର ସୁନା ଜବତ କରାଯାଇଛି, ଯାହାର ମୂଲ୍ୟ ୯୨ ଲକ୍ଷ ୨୭ହଜାର ୫୯୦ ଟଙ୍କା ହେବ ।