ଅମରନାଥ ଯାତ୍ରା କରି ଯାଉଛି ଶ୍ରଦ୍ଧାଳୁଙ୍କ ଜୀବନ । ଏପର୍ଯ୍ୟନ୍ତ ଗଲାଣି ୩୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଜୀବନ । ଅମରନାଥ ଯିବା ବାଟରେ ଅନେକ ସ୍ଥାନରେ ଅକ୍ସିଜେନ ବୁଥ, ମେଡିକାଲ ସେଣ୍ଟର ଏବଂ ଏମରଜେନ୍ସୀ ସେଣ୍ଟର ବ୍ୟବସ୍ଥା ରହିଥଲେ ମଧ୍ୟ ପ୍ରତେକ ଦିନ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟୁଛି । ଏପର୍ଯ୍ୟନ୍ତ ୧୭ ଦିନ ଯାତ୍ରାରେ ୩୦ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଜାଇଛି । ଏହି ମାର୍ଗରେ ଯାତ୍ରା କରିବା ବହୁତ କଷ୍ଟ ଦାୟକ ହୋଇଥାଏ । ତାପାମତ୍ରା ହ୍ରାସ ଏବଂ ପାହାଡିଆ ଦୁର୍ଗମ ରାସ୍ତା ହୋଇଥିବା କାରଣରୁ ଅକ୍ସିଜେନର ଅଭାବ ଦେଖାଦିଏ । ଯାହା କାରଣରୁ ଶ୍ରଦ୍ଧାଳୁଙ୍କର ହାର୍ଟ ଆଟାକର ସମ୍ଭାବନା ଅଧିକ ରହିଛି । ଅଧିକାଂଶ ଲୋକେ ହେଲିକପ୍ଟରରେ ଆସି ପଦଯାତ୍ରା କରୁଛନ୍ତି । ପାଣିପାଗ ମଧ୍ୟ ଖରାପ ରହୁଛି । ତେଣୁ ପଞ୍ଜତରଣୀ ପାଖରୁ ଚାଲୁଥିବା ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସରେ ଅନେକ କଷ୍ଟ ଅନୁଭୂତ ହେଉଛି । ଯାହା ହୃଦଘାତର କାରଣ ସାଜୁଛି ବୋଲି ଡାକ୍ତର କହୁଛନ୍ତି ।