(ମମତା ସାମଲ)ରିପୋର୍ଟସଟୁଡେ: ଗତକାଲି ପାକିସ୍ତାନ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି । ବିମାନଟି ଉଡାଣ କରୁଥିବା ସମୟରେ ଇସଲାମାବାଦ ନିକଟ ରାଓଲପିଣ୍ଡି ଗ୍ୟାରିସନ ସହରରେ ଏକ କୋଠା ଉପରେ ଖସିପଡିଥିଲା । ଫଳରେ ସେଥିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ପରେ ଉକ୍ତ କୋଠାରେ ମଧ୍ୟ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବାବେଳେ ସାମରିକ ଏବଂ ବେସାମରିକ ଟିମ୍ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପାକ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି।