ଆଇଜୋଲ୍: ନିର୍ମାଣଧୀନ ରେଳ ପୋଲ ଭାଙ୍ଗିପଡିବାରୁ ଯାଇଛି ୧୭ ଜଣଙ୍କ ଜୀବନ । ମିଜୋରାମର ସାଇରଙ୍ଗ ଅଞ୍ଚଳରେ ଘଟିଛି ଏଭଳି ଏକ ଅଘଟଣ । ଆଜି ସକାଳ ପ୍ରାୟ ୧୦ ଟାରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ତେବେ ପୋଲ ଭୁଶୁଡିବା ସମୟରେ ପ୍ରାୟ ୩୫ରୁ ୪୦ ଜଣ ଶ୍ରମିକ ଘଟଣାସ୍ଥଳରେ କାମକରୁ ଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ରେଲୱ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅନେକ ଶ୍ରମିକ ଭଗ୍ନସ୍ତୁପରେ ପେତି ହୋଇପଡିଥିବା ଆଶଙ୍କା କରାଯାଉଛି । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଭଗ୍ନସ୍ତୂପ ମଧ୍ୟରୁ ୧୭ଜଣଙ୍କ ଶବ ଉଦ୍ଧାର କରାଯାଇଛି। ଆହୁରି ଅନେକ ଶ୍ରମିକ ନିଖୋଜ ହୋଇଯାଇଛନ୍ତି। ତେବେ ଉତ୍ତରପୂର୍ବ ସୀମାନ୍ତ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସବ୍ୟସାଚୀ ଦେ କହିଛନ୍ତି, ଘଟଣାସ୍ଥଳକୁ ତୁରନ୍ତ ରେଳବାଇ ଅଧିକାରୀମାନେ ଯାଇଛନ୍ତି ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାକୁ ଯିବେ। ଏ ସଂକ୍ରାନ୍ତରେ ଖବର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଓ ଆହତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ୫୦ ହଜାର ଲେଖାଏଁ ଟଙ୍କା ସହାୟତା ଘୋଷଣା କରିଛନ୍ତି।