ବ୍ୟୁରୋ : ୟୁକ୍ରେନ ଉପରେ ପୁଣି ଆକ୍ରମଣ କଲା ଋଷ । କିଭ ଓ ୟୁକ୍ରେନର କିଛି ସ୍ଥାନରେ ମିସାଇଲ ମାଡ କରିଛି ଋଷ । ଏହି ଆକ୍ରମଣ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସହ ୟୁକ୍ରେନର ପୂର୍ବ, ପଶ୍ଚିମ ଓ କେନ୍ଦ୍ରାଞ୍ଚଳର କିଛି ସ୍ଥାନରେ ସରବରାହ ବ୍ୟାଘାତ ହୋଇଛି । ଏହି ମିସାଇଲ ଆକ୍ରମଣରେ ୧୮ ଜଣ ଆହତ ହୋଇଥିବା ବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ଗତକାଲି ରାତିରେ ୟୁକ୍ରେନର ବିଭିନ୍ନ ସହର ଉପରେ ଜୋରଦାର ହମଲା କରିଥିଲା ଋଷ। ଏଥିରେ ଖେରସେନରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଯୁଦ୍ଧର ଏହି ଭୟାବହ ପରିସ୍ଥିତି ମଧ୍ୟରେ ପୋଲାଣ୍ଡ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିଛି ଏବଂ ଭବିଷ୍ୟତରେ ଆଉ ଯୋଗାଇବ କି ନାହିଁ ସେନେଇ ବି କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନି। ସେପଟେ ୟୁକ୍ରେନ ମଧ୍ୟ କ୍ରିମିଆ ଉପରେ ଜୋରଦାର ହମଲା କରିଛି। ଯେଉଁଥିରେ ୟୁକ୍ରେନର ବଡ଼ କ୍ଷତି ହୋଇଛି।