(ମୁମ୍ବାଇ) ; କ୍ରୋଧ ମଣିଷର ପରମ ଶତ୍ରୁ । ଆଉ ଏହି କ୍ରୋଧ ହତ୍ୟାକାରୀ ମଧ୍ୟ ସଜେଇଦିଏ । ସେମିତିକିଛି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଦାଭା ଅଞ୍ଚଳରେ । କ୍ରୋଧ ଓ ଘୃଣାରୁ ରୁମ୍୍ମେଟ ଭିଆଇଛି ବିଭସ୍ର ହତ୍ୟାକାଣ୍ଡ । ସାଙ୍ଗକୁ ମାରି ଶବ ପୋତିବା ସହ ଚଟାଣରୁ ରକ୍ତପୋଛି ଆରାମରେ ଶୋଇଲା ସାଙ୍ଗ । ସୂଚନା ମୁତାବକ ଶନିବାର ରାତିରେ ଦେବାଂଶ ନିଜର ରୁମମେଟ୍ ୩୫ ବର୍ଷୀୟ ରାଜୁ ନାନ୍ଦେଶ୍ବରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାଜୁଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ଆଘାତ କରିଥିଲା ଦେବାଂଶ ।ଏହା ପରେ ଘଟଣାସ୍ଥଳରେ ରାଜୁଙ୍କ ଜୀବନ ଯାଇଥିଲା। ଏନେଇ ଜାଣିବା ପରେ ଶବକୁ ଏକ ଖୋଲା ସ୍ଥାନରେ ପୋତି ଦେଇଥିଲା ଅପରାଧୀ। ହତ୍ୟା କରିବା ପରେ ରୁମ୍କୁ ଫେରି ପଡ଼ିଥିବା ରକ୍ତ ସଫା କରିବା ସହ ଆରାମରେ ଶୋଇପଡ଼ିଥିଲା । ତେବେ ନନ୍ଦେଶ୍ବର ଏବଂ ଓ୍ବାଘୋଡେ ଗୋଟିଏ ଗ୍ୟାରେଜ୍ରେ କାର ମେକାନିକ୍ ଭାବେ କାର୍ୟ୍ୟ କରୁଥିଲେ।ଶନିବାର ରାତିରେ ନାରକୀୟ କାଣ୍ଡ କରିଥିବା ୨୬ ବର୍ଷୀୟ ଦେବାଂଶ ଓ୍ବାଘୋଡେକୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି।