ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମକଟକ ସ୍ଥିତ ମା ମାର୍କମା +୩ ମହାବିଦ୍ୟାଳୟ ପରିସରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅଧ୍ଯକ୍ଷ ଡକ୍ଟର ଅଶ୍ଵିନୀ କୁମାର ପଣ୍ଡାଙ୍କ ଅଧ୍ଯକ୍ଷତାରେ ସମାପନ ହୋଇଯାଇଛି । ତା. ୦୮.୦୧.୨୦୨୫ ରିଖରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରାଯାଇ ୧୦.୦୧.୨୦୨୫ ତାରିଖରେ ସମାପନ କରାଯାଇଥିଲା । ଉକ୍ତ ତିନିଦିନ ମଧ୍ୟରେ ଇଂରାଜୀ ଓ ଓଡିଆ ଅନୁଚ୍ଛେଦ ଲିଖନ ଏବଂ କୁଇଜ ପ୍ରତିଯୋଗୀତା ମନ କରାଯାଇ ପ୍ରମାଣପତ୍ର ଓ ପୁରସ୍କାର ବଣ୍ଟନ କରଯାଇଥିଲା । ଇଂରାଜୀ ଅଧ୍ୟାପକ ତଥା କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ସଞ୍ଜୟ କୁମାର ତ୍ରିପାଠୀ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଅଧ୍ୟକ୍ଷ ଡକ୍ଟର ପଣ୍ଡା ପ୍ରବାସୀ ଭାରତୀୟ ଦିବସ ପାଳନର ଉଦ୍ଦେଶ୍ୟ ଓ ଏହାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ମଣ୍ଡିତ କରିଥିଲେ ।