ଯାତ୍ରୀବାହୀ ବିମାନ ଓ ସେନା ହେଲିକପ୍ଟର ଧକ୍କାରେ ୧୯ ମୃତ..

0

ବୁଧବାର ରାତିରେ ୱାଶିଂଟନ ଡିସିରେ ଏକ ଦୁର୍ଘଟଣା ଘଟିଯାଇଛି । ଆମେରିକା ଏୟାରଲାଇନ୍ସ ର ବିମାନ ସହ ଏକ ସେନା ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇଟି ବିମାନ ପେଟୋମାକ ନଦୀରେ ଖସି ପଡିଥିଲେ । ବିମାନରେ ପାଖାପାଖି ୬୪ରୁ ଉର୍ଦ୍ଦ ଯାତ୍ରୀ ସହ ୪ଜଣ କ୍ରୁ ସଦସ୍ୟ ରହିଥିଲେ । ସେପଟେ ସେନା ହେଲିକପ୍ଟରେରେ ୩ ଜଣ ଲୋକ ରହିଥିଲେ । ତେବେ ଦୁର୍ଘଟଣାରେ ଏଯାବତ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।


ୱାଶିଂଟନ ଅଗ୍ନିଶମ ବିଭାଗର ଖବର ଅନୁଯାୟୀ ରୋନାଲ୍ଡ ରେଗାନ ବିମାନ ବନ୍ଦର ପାଖରେ ଏହି ଦୁର୍ଘଟଣାଟି ଘଟିଛି । ରାତି ୮ଟା ୫୦ ସମୟରେ US Airlines ‘CRJ700 Bombardier jet ଏବଂ ସେନାର ବ୍ଲାକ୍ ହକ୍ (H-60) ହେଲିକପ୍ଟର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ବିମାନ ବନ୍ଦରରେ ସମସ୍ତ ବିମାନ ଅବତରଣ ବନ୍ଦ କରାଯାଇଛି । ସେପଟେ ଦୁର୍ଘଟଣା ବିମାନର ଭଗ୍ନାବଶେଷ ପେଟୋମେକ ନଦୀରୁ ମିଳିଛି ।


ସେପଟେ ଏହି ଦୂର୍ଗଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସ ଦୁଃଖ ପ୍ରକାଶ କରିଛନ୍ତି । ଟ୍ରମ୍ପ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଏହା ଏକ ଖରାପ ପରିସ୍ଥିତି, ଜାତୀୟ ପରିବହନ ସୁରକ୍ଷା ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରିବ । ଉଦ୍ଧାର କାର୍ଯ୍ୟ ପାଇଁ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇ ଘଟଣା ଉପରେ କ୍ରମାଗତ ଭାବେ ନଜର ରଖିିଛନ୍ତି । ଦୁର୍ଘଟଣାରେ ନିଖୋଜ ବ୍ୟକ୍ତି ମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରୀ ରହିଛି ।


ଏହି ଦୁର୍ଘଟଣା ଏବଂ ପରବର୍ତ୍ତୀ ସନ୍ଧାନ ଉଦ୍ୟମ ୱାଶିଂଟନ୍, ଡିସି ସମ୍ପ୍ରଦାୟକୁ ଗଭୀର ଭାବରେ ପ୍ରଭାବିତ କରିଛି, ଯେଉଁଠାରେ ଅଧିକାରୀ ଏବଂ ଜରୁରୀକାଳୀନ ଉତ୍ତରଦାତାମାନେ କଠିନ ପରିସ୍ଥିତିରେ ନିରନ୍ତର କାର୍ୟ୍ୟ କରୁଛନ୍ତି।