(ଆଦର୍ଶ ରାଉତ)ଭୁବନେଶ୍ୱର: ରାଜଧାନୀରେ ଶିଶୁ ବିକ୍ରିର ଚାଂଚଲ୍ୟକର ଖବର ।ରାଜଧାନୀରେ ଏକ ଦମ୍ପତ୍ତି ନିଜର ୧୯ଦିନର ଶିଶୁ ପୁତ୍ରକୁ ୧୦,୦୦୦ଟଙ୍କାରେ ବିକ୍ରି କରି ଦେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ହୋଇଛି ଯେ, ଭୁବନେଶ୍ବରର ଉପାନ୍ତରେ ଥିବା ଭରତପୁର ଅଞ୍ଚଳରେ ଏକ ଦମ୍ପତି ନିଜର ପଞ୍ଚମ ସନ୍ତାନକୁ ୧୦ ହଜାର ଟଙ୍କାରେ ବିକ୍ରି କରି ଦେଇଛି । ଏ ନେଇ କୋର୍ଟ ପେପରରେ ଲେଖାପଢ଼ା ହୋଇଥିବା ଜଣାପଡ଼ିଛି। ତେବେ ୧୯ଦିନର ଶିଶୁ ପୁତ୍ରକୁ ତାର ପିତା-ମାତା ବିକ୍ରି କରି ଦେଇଥିବା ଘଟଣା ସଂପର୍କରେ ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ଅବଗତ ହେବା ପରେ ଏ ବିଷୟରେ ଖଣ୍ଡଗିରି ପୁଲିସକୁ ସୂଚିତ କରିଥିଲେ।ଖବର ପାଇ ଖଣ୍ଡଗିରି ପୁଲିସ ଉକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରିବା ଲାଗି ଉଦ୍ୟମ ଆରମ୍ଭ କରିଛି। ଏହା ସହ ଶିଶୁକୁ ବିକ୍ରି ଅଭିଯୋଗରେ ଖଣ୍ଡଗିରି ଥାନା ପୋଲି ଛୁଆ କିଣୁଥିବା ଦମ୍ପତିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଶିଶୁପୁତ୍ରଟିର ବାପା ଏବଂ ମା’କୁ ମଧ୍ୟ ପୋଲିସ ପଚରାଉଚରା କରୁଥିବା ଜଣାପଡିଛି । ତେବେ ପିଲାଟି କେଉଁଠି ଅଛି, କେମିକି ଅଛି ଆଉ କାହା ପାଖରେ ଅଛି, ତାହା ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ତେବେ ପୁଲିସ ଭରତପୁର ଅଂଚଳରେ ପହଂଚି ଛାନଭିନ ଆରମ୍ଭ କରିଛି।
ଅନ୍ୟପଟେ ଛୁଆ ବିକ୍ରି ସଂପର୍କରେ ଶିଶୁପୁତ୍ରଟିର ମା’ କହିଛନ୍ତି ଯେ ପୂର୍ବରୁ ୪ଟି ପିଲା ଅଛନ୍ତି। ପଂଚମ ସନ୍ତାନ ହେବା ପରେ ତାର ପାଳନପୋଷଣ ପାଇଁ ଅସମର୍ଥ ହେବାରୁ ନିଜ ଛୁଆକୁ ଅନ୍ୟ କାହାକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।