ପାକିସ୍ତାନ ଜିନ୍ଦାବାଦ ଲେଖି ବନ୍ଧାହେଲେ କଲେଜ ଛାତ୍ରୀ । ଭାରତରେ ରହି ପାକିସ୍ତାନକୁ ଜଣାଉଥିଲେ ସମର୍ଥନ । ଛାତ୍ରୀଙ୍କୁ ଗିରଫ କଲା ପୋଲିସ । ମହାରାଷ୍ଟ୍ରର ପୁଣେ ସହରର କୋଣ୍ଡୱା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀ ନିଜ ଇନଷ୍ଟାଗ୍ରାମରେ ‘ପାକିସ୍ତାନ ଜିନ୍ଦାବାଦ’ ଲେଖିବା ଅଭିଯୋଗରେ ପୁଲିସ ଗିରଫ କରିଛି। ଏହି ଛାତ୍ରୀଜଣକ ପୁଣେର କୋଣ୍ଡୱାର କୌସରବାଗ ଅଞ୍ଚଳରେ ରହୁଥିବା ଜଣାଯାଇଛି। ପୁଲିସ ଯୁବତୀଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଏହି ଘଟଣାକୁ ନେଇ ‘ସକଳ ହିନ୍ଦୁ ସମାଜ’ର କର୍ମୀମାନେ ପ୍ରତିବାଦ କରିଥିଲେ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରୁଛି ଏବଂ ସୋସିଆଲ ମିଡିଆ କାର୍ୟ୍ୟକଳାପ ଉପରେ ନଜର ରଖାଯାଇଛି।
ଏଫଆଇଆର ଅନୁଯାୟୀ ଭାରତୀୟ ସେନା ଦ୍ୱାରା ପାକିସ୍ତାନ ବିରୁଦ୍ଧରେ କରାଯାଇଥିବା ସମ୍ପ୍ରତି କାର୍ୟ୍ୟାନୁଷ୍ଠାନ ସମୟରେ ପୋଲିସ ସୋସିଆଲ ମିଡିଆ ଉପରେ ନଜର ରଖିଥିଲା । ଏହି ସମୟରେ, ଅଭିଯୁକ୍ତ ଯୁବତୀଙ୍କ ଏକ ଆପତ୍ତିଜନକ ପୋଷ୍ଟ ଇନଷ୍ଟାଗ୍ରାମରେ ପ୍ରକାଶ ପାଇଲା ଯେଉଁଥିରେ ଶେଷରେ ‘ପାକିସ୍ତାନ ଜିନ୍ଦାବାଦ’ ଲେଖାଯାଇଥିଲା।
ପୁଲିସ ଯୁବତୀଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ଏଥିରେ ଧାରା ୧୫୨ (ଭାରତର ଅଖଣ୍ଡତାକୁ ବିପଦପୂର୍ଣ୍ଣ କରିବା), ୧୯୬(ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ୧୯୭ (ଜାତୀୟସଂହତି ବିରୁଦ୍ଧରେ ମନ୍ତବ୍ୟ), ୨୯୯ (ଧାର୍ମିକ ଭାବନାକୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ କାର୍ୟ୍ୟ), ୩୫୨(ଜାଣିଶୁଣି ଅପମାନ) ଏବଂ ୩୫୩ (ସାର୍ବଜନୀନ ଅଶାନ୍ତ ସୃଷ୍ଟି କରୁଥିବା ବୟାନ) ଆଦି ଅନ୍ତର୍ଭୁକ୍ତ। ଏହି ଘଟଣାକୁ ନେଇ ‘ସକଳ ହିନ୍ଦୁ ସମାଜ’ର କର୍ମୀମାନେ ପ୍ରତିବାଦ କରିଥିଲେ ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତାର ସହ ତଦନ୍ତ କରୁଛି ଏବଂ ସୋସିଆଲ ମିଡିଆ କାର୍ୟ୍ୟକଳାପ ଉପରେ ନଜର ରଖାଯାଇଛି।