ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଓଡିଆ ଆଇପିଏସ ଅଫିସର ସତ୍ୟ ନାରାୟଣ ପ୍ରଧାନଙ୍କୁ ମିଳିଲା ବଡ ଦାୟିତ୍ୱ । ନାର୍କୋଟିକ୍ସ କଣ୍ଟୋଲ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୮ ବ୍ୟାଚ ଝାଡଖଣ୍ଡ ଓଡିଆ ଆପିଏସ ଅଫିସର ସତ୍ୟ ପ୍ରଧାନ । ଏବେ ଏନଡିଆରଏଫ ଡିଜି ଅଛନ୍ତି ଓଡିଆ ଆପିଏସ ଅଫିସର । ରାକେଶ ଅସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡିଆ ଆଇପିଏସ ଅଫିସର ସତ୍ୟ ପ୍ରଧାନ ।