ମୁମ୍ବାଇ ବିସ୍ଫୋରଣ ମାମଲା : ୪ ମୋଷ୍ଟ ୱାଣ୍ଟେଡ ଅପରାଧୀ ଗିରଫ 

୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣ ମାମଲାରେ ଏଟିଏସ୍‌କୁ ମିଳିଛି ଆଉ ଏକ ବଡ ସଫଳତା।

0

(ମୁମ୍ବାଇ) : ୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣ ମାମଲାରେ ଏଟିଏସ୍‌କୁ ମିଳିଛି ଆଉ ଏକ ବଡ ସଫଳତା। ଗୁଜୁରାଟ ଏଟିଏସ୍‌ ୪ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୪ଜଣ ବ୍ୟକ୍ତିଙ୍କ ଫଟୋ ମଧ୍ୟ ପୁଲିସ ଜାରି କରିଛି।

ଗୁଜୁରାଟ ଏଟିଏସରେ ସୂତ୍ରରୁ ପ୍ରକାଶ ଯେ ପୁଲିସ ଆବୁ ବକର, ୟୁସୁଫ ଭକଟା, ଶୋଏବ ବାବା ଏବଂ ସୟଦ କୁରେସିଙ୍କୁ ଗିରଫ କରିଛି।  ସୂତ୍ରରୁ ପ୍ରକାଶ ଯେ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆକିଫ୍ ନାଚାନକୁ ମଧ୍ୟ ପୁଲିସ ଗିରଫ କରିଛି। ନାଚାନ୍ ରାଜସ୍ଥାନର ଆତଙ୍କବାଦୀ ମାମଲାରେ ଜଡିତ ଅଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଘଟଣାର ତଦନ୍ତ କରୁଛି।

ସୂଚନାନୁଯାୟୀ ,  ୧୯୯୩ ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇରେ ସିରିଜ ବିସ୍ଫୋରଣ ହୋଇଥିଲା। ଏଥିରେ ପ୍ରାୟ ୧୫୭ ଜଣ ପ୍ରାଣ ହରାଇଥିଲେ। ୭୦୦ରୁ ଅଧିକ ଲୋକେ ଗୁରୁତର ହୋଇଥିଲେ। ଏହି ଘଟଣାର ମାଷ୍ଟରମାଇଣ୍ଡ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ଓ ମେମନ ପରିବାର ଥିବା କୁହାଯାଇଥିଲା।