(ଅନୁସ୍ୱୟା)ଭୁବନେଶ୍ୱର: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଏସ୍ ୟେଦୁରପ୍ପା ଆଜି ପ୍ରଥମ କରି ବୈଠକରେ ଯୋଗ ଦେଇଛନ୍ତି । କୋଡାଗୁ ବିଧାୟକଙ୍କ ସହ ଏହି ବୈଠକରେ ଯୋଗ ଦେଇ ୟେଦୁରପ୍ପା ସେଠାରେ ଚାଲିଥିବା ରିଲିଫ୍ କାମକୁ ନେଇ ଆଲୋଚନା କରିଥିଲେ। ସୋମବାର ସେ ଶକ୍ତି ପରୀକ୍ଷାରେ ବିଜୟୀ ହେବା ପରେ ମଙ୍ଗଳବାର ଏହି ବୈଠକର ଆୟୋଜନ କରିଥିଲେ। ଆଗାମୀ ଦିନରେ ୟେଦୁରପ୍ପାଙ୍କ ଭାଜପା ସରକାର ଚାଷୀ ଓ ମରୁଡି ପରିସ୍ଥିତିକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।