ଅନୁସୂଚିତ ଜାତି ମାନଙ୍କ ପାଇଁ ଆନ୍ତଃଜାତି ବିବାହ କ୍ଷେତ୍ରରେ ଦମ୍ପତି ପିଛା ୨.୫ଲକ୍ଷ ପ୍ରୋତ୍ସାହନ ରାଶି

0

ବ୍ୟୁରୋ : ଅନୁସୂଚିତ ଜାତିମାନଙ୍କ ପାଇଁ, ଆନ୍ତଃଜାତି ବିବାହ କ୍ଷେତ୍ରରେ ଦମ୍ପତି ପିଛା ପ୍ରୋତ୍ସାହନ ରାଶିକୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ମାଧ୍ୟମରେ ୨୦୨୪-୨୫ ରେ ୧୧୦୮ ଦମ୍ପତି ଉପକୃତ ହୋଇଛନ୍ତି । ଅତ୍ୟାଚାର ମାମଲାର ସମାଧାନ ପାଇଁ ତଦନ୍ତ ଓ କ୍ଷତିପୁରଣ ବଣ୍ଟନକୁ ତ୍ବରାନ୍ବିତ କରି “ସାକାର” (SAACAR) ପୋର୍ଟାଲ ଆରମ୍ଭ କରାଯାଇଛି । “ପ୍ରଧାନମନ୍ତ୍ରୀ ଅନୁସୁଚିତ ଜାତି ଅଭ୍ୟୁଦୟ ଯୋଜନା” (ପିଏମ-ଅଜୟ) ଅଧୀନରେ ଦାରିଦ୍ର୍ୟ ଦୁରୀକରଣ, ଦକ୍ଷତା ବିକାଶ, ଭିତ୍ତିଭୂମି ଉନ୍ନତି ଏବଂ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସୁବିଧାରେ ଉନ୍ନତି ଆଣିବା ପାଇଁ ଓଡ଼ିଶାର ୯୨୩ଟି ଗାଁକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଥିବା ବେଳେ “ବାବୁ ଜଗଜୀବନ ରାମ ଛାତ୍ରାବାସ ଯୋଜନା” ଅଧୀନରେ ୧୭୬ଟି ଛାତ୍ରାବାସ ମଞ୍ଜୁର କରାଯାଇଛି।