ଜଙ୍ଗଲରେ ନିଆଁ ଲଗାଇ ଜନ୍ତୁ ଶିକାର କରିବା ଘଟଣା, ୨ ଅଭିଯୁକ୍ତ କୋର୍ଟ ଚାଲାଣ

0

ଦେବଗଡ଼: ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ଝାଡ଼େଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ଶିକାର ପାଇଁ ବ୍ୟବହୃତ ହୋଇଥିବା ଦେଶୀ ବନ୍ଧୁକ, ଗୁଳି ଓ ମାରଣାସ୍ତ୍ର ସହ ୨ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଦେବଗଡ଼ ବନବିଭାଗ କ୍ଷ ସୂଚନା ଅନୁଯାଇ ତିଳେଇବଣି ସେକ୍ସନ ଅନ୍ତର୍ଗତ ବେଲମରା ଅଞ୍ଚଳରେ ଥିବା ଝାଡ଼େଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଜନ୍ତୁ ଶିକାର କରୁଥିବା ସୂଚନା ପାଇଁ ରେଞ୍ଜର ଦେବବ୍ରତ ନନ୍ଦଙ୍କ ନିର୍ଦେଶ ରେ ତିଳେଇବଣି ଫରେଷ୍ଟର କାର୍ତ୍ତିକେୟ ପ୍ରଧାନ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଉକ୍ତ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ଶିକାର ଉଦେଶ୍ୟରେ ଯାଇଥିବା ଗୁଣ୍ଡୁରୀପୋଷି ଗ୍ରାମର ସୁବଳ ଧୀବର ଓ ବେଲମରା ଗ୍ରାମର ଖଗେଶ୍ୱର ମୁଣ୍ଡାଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ସୀସା ଗୁଳି, ଟାଙ୍ଗିଆ, ଛୁରୀ ଓ ଲାଇଟର ଆଦି ଜବତ କରିଥିଲେ କ୍ଷ ପରେ ସେମାନଙ୍କୁ ବନ ବିଭାଗ କାର୍ୟ୍ୟାଳୟକୁ ଆଣି ପଚରାଉଚୁରା ସମୟରେ ସେମାନେ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ସ୍ୱୀକାର କରିବା ପରେ ଉଭୟ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।